Saturday, December 1, 2018

ବିବାହ ପୂର୍ବରୁ ହଳଦୀ ଲଗାଯାଏ କାହିଁକି ? ଜାଣନ୍ତୁ ।


ଏହିସବୁ କାରଣରୁ ବିବାହ ପୂର୍ବରୁ ଉଭୟ ବର ଏବଂ କନ୍ୟାଙ୍କୁ ଲଗାଯାଏ ହଳଦୀ।

ଭାରତରେ ସବୁକିଛି ପରମ୍ପରା ଭିତ୍ତିଭୂମିରେ ହୋଇଥାଏ। ଜନ୍ମଦିନ ହେଉ କିମ୍ବା ବିବାହବ୍ରତ ସବୁଥିରେ କିଛି ନା କିଛି ରୀତିନୀତି ପରମ୍ପରା ରହିଛି। ସେହିପରି ଆପଣ ନିଶ୍ଚିତ ଭାବରେ କୌଣସି ବିବାହ ପୂର୍ବରୁ ହଳଦୀ ଲଗାଯିବାର ପରମ୍ପରା ବିଷୟରେ ଶୁଣିଥିବେ। ହେଲେ ଏହାର କାରଣ ବିଷୟରେ ଖୁବ କମ ଲୋକ ହିଁ ଜାଣିଥାନ୍ତି। ଏହା ପଛରେ କେବଳ ଗୋଟିଏ ଯୋଡିଏ ନୁହେଁ ବରଂ ଅନେକ ଗୁଡିଏ କାରଣ ଲୁଚି ରହିଛି। ଆଜି ଚାଲନ୍ତୁ ଆମେ ସେହି କାରଣ ଗୁଡିକ ବିଷୟରେ ଅଧିକ ଜାଣିବା ସହ ଏହାକୁ ଲଗାଇବା ଦ୍ୱାରା ବର ଏବଂ କନ୍ୟାଙ୍କୁ କଣ ଲାଭ ହୋଇଥାଏ ସେ ସମ୍ପର୍କରେ ଜାଣିବା।

– ହିନ୍ଦୁ ଏବଂ ମୁସଲିମ ଉଭୟଙ୍କ ବିବାହ ପୂର୍ବରୁ ହଳଦୀ ଲଗାଯିବାର ପରମ୍ପରା ରହିଛି। ଏହା ଲଗାଇଲେ ବର ଏବଂ କନ୍ୟାଙ୍କୁ ବିବାହର ସବୁ ସୁଖ ମିଳିବା ଅର୍ଥରେ ଲଗାଇଦିଆଯାଏ।
– ହଳଦିଆ ରଙ୍ଗ ଶୁଭ ହୋଇଥିବାରୁ ବିବାହ କାର୍ଯ୍ୟ ଶୁଭରେ ହେଇ କୌଣସି ଅସୁବିଧା ନହେଉ ବୋଲି ହଳଦୀ ଲଗାଯାଏ।
– ହଳଦୀ ଲଗାଇଲେ ତ୍ୱଚା ଉଜ୍ଵଳ ଦେଖାଯାଇଥାଏ। ଫଳରେ ବିବାହ ଦିନ ବର କନ୍ୟା ସମସ୍ତଙ୍କ ଠାରୁ ବେଶୀ ସୁନ୍ଦର ଦେଖାଯାଇଥାନ୍ତି।
– ହଳଦୀ ନକରାତ୍ମକ ବ୍ୟକ୍ତିଙ୍କ ନଜରରୁ ହିଫାଜତ କରି ବର କନ୍ୟାଙ୍କୁ ସେମାନଙ୍କ ନଜର ଲାଗିବାକୁ ଦେଇ ନଥାଏ।
– ହଳଦିଆ ରଙ୍ଗକୁ ଖୁସିର ପ୍ରତୀକ ମାନନ୍ତି। ବିବାହ ପୂର୍ବରୁ ଏହାକୁ ଲଗାଇଲେ ତାଙ୍କ ଜୀବନରେ ଖୁସି ଆସିଥାଏ ବୋଲି ବିଶ୍ୱାସ କରାଯାଏ।
– ଏହାକୁ ଲଗାଇବାର ଆଉ ଏକ କାରଣ ହେଲା ଯେ, ଏହା ବର କନ୍ୟାଙ୍କର ସ୍ୱାସ୍ଥ୍ୟକୁ ଭଲ ରଖିଥାଏ। ବିବାହ କାର୍ଯ୍ୟ ଅତ୍ୟନ୍ତ ଲମ୍ବା ଚାଲେ ଯାହାଦ୍ୱାରା ସେମାନେ ଅସୁସ୍ଥ ହେବାର ଆଶଙ୍କା ଥାଏ ତେଣୁ ହଳଦୀ ଏହିସବୁରୁ ରକ୍ଷା କରିଥାଏ।
– ହଳଦୀ ଲଗାଇ ଘରର ସ୍ତ୍ରୀ ଲୋକେ ବର କନ୍ୟାଙ୍କୁ କୌଣସି ଶକ୍ତି ଅଲଗା ନ କରିପାରୁ ବୋଲି ପ୍ରାର୍ଥନା କରି ଲଗାଇଥାନ୍ତି ଏବଂ ଭଗବାନଙ୍କ ପାଖରେ ସେମାନଙ୍କ ସୁଖମୟ ବୈବାହିକ ଜୀବନ କାମନା କରିଥାନ୍ତି।

ତେବେ ଏହି ସବୁ କାରଣ ଦୃଷ୍ଟିରୁ ବିବାହ ପୂର୍ବରୁ ଉଭୟ ବର ଏବଂ କନ୍ୟାଙ୍କୁ ହଳଦୀ ଲଗାଇ ଦିଆଯାଇଥାଏ।


No comments:

Post a Comment

କେଉଁ ସମୟରେ ପୂଜାର୍ଚ୍ଚନା କରିବା ଭଲ ଜାଣନ୍ତୁ କାରଣ ।

ଇଶ୍ୱରଙ୍କ ଆରାଧନା ଓ ପୂଜା ପାଠ ପାଇଁ ସବୁଠାରୁ ଭଲ ସମୟ ହେଲା ବ୍ରହ୍ମ ମହୂର୍ତ୍ତ। ଯେତେ ସକାଳୁ ଉଠି ଆପଣ ପୂଜା କରିବେ,ଆପଣ ସେତେ ଶାନ୍ତି ପାଇବେ । ପ୍ରାତଃ କାଳ ପୂଜ...