Saturday, December 1, 2018

ଦିନକୁ ଦିନ ଆଖିର ଦୃଷ୍ଟି ଶକ୍ତି କମିଯାଉଛି କି ? ଖାଆନ୍ତୁ ଏହି ସବୁ ଜିନିଷ ।



ଆମ ଶରୀରର ସବୁଠାରୁ ସୁକ୍ଷ୍ମ ଅଙ୍ଗ ହେଉଛି ଆଖି। ଆଖିପାଇଁ ଆମେ ଦୁନିଆର ପ୍ରତିଟି ଜିନିଷକୁ ଦେଖିବାକୁ ସକ୍ଷମ ହେଇପାରୁ। କିନ୍ତୁ ଆଜିକାଲିର ଖାଦ୍ୟପେୟ ଯୋଗୁଁ ଏବଂ କଂପ୍ୟୁଟର ଆଉ ସ୍ମାର୍ଟ ଫୋନର ବହୁଳ ବ୍ୟବହାର ଯୋଗୁଁ ଆମ ଆଖିରେ ଦୃଷ୍ଟି ଶକ୍ତି କମିବାରେ ଲାଗିଛି। ଏବେ ଆମ ଦେଶର ପ୍ରାୟ ୪୩ ପ୍ରତିଶତ ଯୁବପିଢ଼ିଙ୍କର ଦୃଷ୍ଟିଶକ୍ତି ବହୁତ ଦୁର୍ବଳ ଥିବାର ଏକ ରିସର୍ଚ୍ଚରୁ ଜଣା ପଡ଼ିଛି। ଏହା ଯୋଗୁଁ ସମସ୍ତେ ଚଷମା ବ୍ୟବହାର କରିବାକୁ ବାଧ୍ୟ ହୁଅନ୍ତି। ଚଷମା ପିନ୍ଧୁ ପିନ୍ଧୁ ଏହା ଏକ ଅଭ୍ୟାସରେ ପରିଣତ ହେବା ପରେ ଆଉ ଆଖି ଭଲ ହୁଏନାହିଁ। କିନ୍ତୁ ଆଜି ଆମେ ଏହାର ଉପଚାର ବିଷୟରେ କହିବୁ। ଆଜି ଆପଣ ଜାଣିପାରିବେ କିଛି ଏମିତି ଖାଦ୍ୟଗୁଡିକ ଯାହାକୁ ଖାଇଲେ ଆପଣଙ୍କ ଦୃଷ୍ଟିଶକ୍ତି ଭଲ ରହିବା ସହ ଆପଣ ସବୁ କିଛି ସ୍ପଷ୍ଟ ଭାବରେ ଦେଖିପାରିବେ।

୧- ପ୍ରଥମେ କହି ରଖୁଛୁ, ଆପଣ ଯଦି ଆପଣଙ୍କୁ ଦେଖିବାରେ କୌଣସି ଅସୁବିଧା ରହୁଛି ତେବେ ଆପଣଙ୍କୁ ପୃଷ୍ଟିସାର ଜାତୀୟ ଖାଦ୍ୟ ପ୍ରଚୁର ପରିମାଣରେ ଖାଇବା ଉଚିତ। ଏହା ଆପଣଙ୍କ ଆଖିରୁ ସମସ୍ତ ସମସ୍ୟାକୁ ଦୂର କରିଦେଇ ଆପଣଙ୍କୁ ଭଲ ଦେଖିବା ପାଇଁ ସହାୟକ ହେବ।
୨- ଯଦି ଆପଣ ତୁରନ୍ତ ପ୍ରତିକ୍ରିୟା ଦେଖିବାକୁ ଚାହାନ୍ତି ତାହାଲେ ସବୁଦିନ ଖାଲି ପେଟରେ ପାଚିଲା କମଳା ଖାଇଲେ ବି ଆପଣଙ୍କ ଆଖି ସୁସ୍ଥ ରହିବ।
୩-ସବୁଜ ପନିପରିବା ଏବଂ ବାଦାମ ଜାତୀୟ ଖାଦ୍ୟ ଆପଣଙ୍କ ଆଖିରେ ମୋତିଆବିନ୍ଦୁ ଏବଂ ଚାଳିସା ଆଦି ସମସ୍ୟାକୁ ଦୁରେଇ ରଖିବ। ବୟସ ପରେ ମଧ୍ୟ ଏସବୁ ଆପଣଙ୍କ ଦୃଷ୍ଟିଶକ୍ତିରେ କୌଣସି ପ୍ରଭାବ ପକାଇପାରିବ ନାହିଁ।

ଏହିସବୁ ଜିନିଷ ଖାଇବା ଦ୍ୱାରା ଆପଣଙ୍କର ଦୂରକୁ ଦେଖିନ ପାରିବା ସମସ୍ୟାରୁ ମୁକ୍ତି ମିଳିବା ସହ ଆମେ ଏକ ସୁସ୍ଥ ଆଖି ପାଇପାରିବା।

No comments:

Post a Comment

କେଉଁ ସମୟରେ ପୂଜାର୍ଚ୍ଚନା କରିବା ଭଲ ଜାଣନ୍ତୁ କାରଣ ।

ଇଶ୍ୱରଙ୍କ ଆରାଧନା ଓ ପୂଜା ପାଠ ପାଇଁ ସବୁଠାରୁ ଭଲ ସମୟ ହେଲା ବ୍ରହ୍ମ ମହୂର୍ତ୍ତ। ଯେତେ ସକାଳୁ ଉଠି ଆପଣ ପୂଜା କରିବେ,ଆପଣ ସେତେ ଶାନ୍ତି ପାଇବେ । ପ୍ରାତଃ କାଳ ପୂଜ...