Saturday, December 1, 2018

ସକାଳୁ ଖାଲି ପେଟରେ ଭୁଲ୍‌ରେବି ଖାଆନ୍ତୁ ନାହିଁ ଏହି ୫ଟି ଜିନିଷ ।



ସକାଳର ଜଳଖିଆ ଶରୀରକୁ ପୁରା ଦିନସାରା ଆକ୍ଟିଭ ରଖିଥାଏ. ପିଲା ହୁଅନ୍ତୁ ଅବା ବୟସ୍କ ସକାଳୁ ସ୍କୁଲ ଅବା ଅଫିସ ଯିବା ଵ୍ୟସ୍ତରେ ଜଳଖିଆ କରିବା ଭୁଲିଯାନ୍ତି. ଏହାପରେ ଭୁକ ଲାଗିଲେ ଖାଲି ପେଟରେ ଜଙ୍କ ଫୁଡର ସେବନ କରିଥାନ୍ତି. କିନ୍ତୁ ବନ୍ଧୁଗଣ ଏମିତି କିଛି ଖାଦ୍ୟ ପଦାର୍ଥ ଅଛି ଯାହାକୁ ଖାଲିପେଟରେ ଖାଇବା କୌଣସି ବିପଦରୁ କମ ନୁହେଁ. ଏହି ୫ଟି ଜିନିଷ ଶରୀରର ଫାଇଦା ବଦଳରେ କ୍ଷତି ପହଞ୍ଚାଇଥାଏ. ଯଦି ବହୁତ ଗମ୍ଭୀର ରୋଗରୁ ବଞ୍ଚିବାକୁ ଚାହ୍ନନ୍ତି ତେବେ ଭୁଲରେବି ଖାଲିପେଟରେ ଏହି ୫ଟି ଜିନିଷର ସେବନ କରନ୍ତୁ ନାହିଁ.

୧.ସଫ୍ଟ ଡ୍ରିଂକ୍ସ
ଖାଲିପେଟରେ କୋଲଡ୍ରିଙ୍କସ ପିଇବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ. ଖାଲିପେଟରେ ସଫ୍ଟଡ୍ରିଂକ୍ସ ପିଇବା ଦ୍ୱାରା ଗ୍ୟାସ ଭଳି ରୋଗ ବା ବାନ୍ତି ହୋଇପାରେ. ଆପଣଙ୍କୁ କହିରଖିବି ସଫ୍ଟଡ୍ରିଂକ୍ସରେ ବହୁତ ଅଧିକ ମାତ୍ରାରେ କାର୍ବୋନେଟ ଏସିଡ ମିଳିଥାଏ.

୨.ମସଲାଜାତୀୟ ଖାଦ୍ୟ
ଏମିତିରେ ମସଲାଜାତୀୟ ଖାଦ୍ୟ ପଦାର୍ଥଠୁ ଦୂରରେ ରହିବ ଆବଶ୍ୟକ. ଜଳଖିଆରେ ମସଲାଜାତୀୟ ଖାଦ୍ୟ ଖାଇବା ଦ୍ୱାରା ଦିନସାରା ଏସିଡ଼ିଟିର ସାମ୍ନା କରିବାକୁ ପଡିପାରେ. ନିୟମିତ ରୂପରେ ମସଲାଜାତୀୟ ଖାଦ୍ୟ ଖାଇବା ଦ୍ୱାରା ଆପଣଙ୍କୁ ଅଲସର ଭଳି ରୋଗ ହୋଇପାରେ.

୩.କୋଲଡ଼ ବେଭରେଜ
ଥଣ୍ଡା ଜାତୀୟ ପଦାର୍ଥ ଆଜିକାଲି କୋଲଡ଼ ବେଭରେଜ ନାମାରେବି ଜଣାଯାଏ. ସକାଳୁ ଖାଲି ପେଟରେ ଥଣ୍ଡା ଜାତୀୟ ପଦାର୍ଥ କୋଲଡ଼ ବେଭରେଜ ଆଦି ପିଇବା ଦ୍ୱାରା ପାଚନ ଶକ୍ତି କମଜୋର ପଡ଼ିଯାଏ. କୋଲଡ଼ ବେଭରେଜ ପରିବର୍ତ୍ତେ ଆପଣ ଗ୍ରୀନ ଟି ଅବା ଉଷୁମ ପାଣିର ସେବନ କରିପାରିବ

୪.ଖଟା ଫଳ
ଖାଲିପେଟରେ ଆପଣ କେବେବି ଖଟା ଫଳ ଖାଇବା କଥା ନୁହଁ.ଲେମ୍ବୁ,କମଳା ଏବଂ ପିଜୁଳି ଆଦିରେ ଫାଇବର ଓ ଫ୍ରୁକଟୋଜର ମାତ୍ରା ଅବଶ୍ୟ ମିଳିଥାଏ, କିନ୍ତୁ ଖାଲି ପେଟରେ ଏହି ଫଳ ମନୁଷ୍ୟର ପାଚନତନ୍ତ୍ରରେ ଖରାପ ପ୍ରଭାବ ପକେଇଥାଏ

୫.କଫି
ଆଜିକାଲିର ଅଧିକାଂଶ ଯୁବପିଢ଼ି ସକାଳୁ ଉଠି କଫି ଅବା ଚା ପିଇଥାନ୍ତି. ଆପଣଙ୍କୁ କହିରଖିବି ଖାଲି ପେଟରେ ଚା ଅବା କଫି ପିଇବା ଦ୍ୱାରା ପେଟରେ ଏସିଡ଼ିଟିର ସମସ୍ୟା ଉତ୍ପନ ହୁଏ.

No comments:

Post a Comment

କେଉଁ ସମୟରେ ପୂଜାର୍ଚ୍ଚନା କରିବା ଭଲ ଜାଣନ୍ତୁ କାରଣ ।

ଇଶ୍ୱରଙ୍କ ଆରାଧନା ଓ ପୂଜା ପାଠ ପାଇଁ ସବୁଠାରୁ ଭଲ ସମୟ ହେଲା ବ୍ରହ୍ମ ମହୂର୍ତ୍ତ। ଯେତେ ସକାଳୁ ଉଠି ଆପଣ ପୂଜା କରିବେ,ଆପଣ ସେତେ ଶାନ୍ତି ପାଇବେ । ପ୍ରାତଃ କାଳ ପୂଜ...