Saturday, December 1, 2018

କେଉଁ ସମୟରେ ପୂଜାର୍ଚ୍ଚନା କରିବା ଭଲ ଜାଣନ୍ତୁ କାରଣ ।



ଇଶ୍ୱରଙ୍କ ଆରାଧନା ଓ ପୂଜା ପାଠ ପାଇଁ ସବୁଠାରୁ ଭଲ ସମୟ ହେଲା ବ୍ରହ୍ମ ମହୂର୍ତ୍ତ। ଯେତେ ସକାଳୁ ଉଠି ଆପଣ ପୂଜା କରିବେ,ଆପଣ ସେତେ ଶାନ୍ତି ପାଇବେ । ପ୍ରାତଃ କାଳ ପୂଜନ-ଅର୍ଚ୍ଚନା ଲାଗି କାହିଁକି ସବୁଠାରୁ ଭଲ ସମୟ , ଆସନ୍ତୁ ଜାଣିବା…..

୧- ପ୍ରଥମ କଥା ହେଲା ସକାଳେ ପୂଜା କରିବାର ଥିଲେ ଭୋରୁ ଉଠିବାକୁ ପଡ଼ିବ। ଭୋରୁ ଉଠିବା ଶରୀର ପାଇଁ ଖୁବ୍‌ ଭଲ।

୨-ପ୍ରାତଃ ସମୟ ଧ୍ୟାନ ପାଇଁ ସବୁଠାରୁ ଭଲ ସମୟ, କାରଣ ସକାଳେ କୋଳାହଳ ନ ଥାଏ ଓ ବାତାବରଣ ବି ଶୁଦ୍ଧ ଥାଏ।

୩-ସକାଳେ ଆମ ମନ ଶାନ୍ତ ଥାଏ।କୌଣସି ପ୍ରକାରର ଖରାପ ବିଚାର ବି ମନରେ ନ ଥାଏ। ଭଗବାନଙ୍କୁ ଭକ୍ତି ପାଇଁ ସବୁଠାରୁ ବଡ଼ ଆବଶ୍ୟକତା ହେଲା ଏକାଗ୍ରତା।ଏହା ସକାଳ ସମୟରେ ମିଳିଥାଏ।

୪-ସକାଳ ପରେ ଆମେ ଯେତେବେଳେ ବି ଉଠୁ,ଆମକୁ ଦିନଯାକର କଥା ଭାବିବାକୁ ପଡେ। ଏଣୁ ମନ ଅଶାନ୍ତ ହୋଇ ଉଠେ।


୫-ପ୍ରାତଃ କାଳରେ ଧ୍ୟାନ କରିଲେ ଓ ଇଶ୍ୱରଙ୍କ ମନ୍ତ୍ର ଜପ କରିଲେ ବୁଦ୍ଧି ପ୍ରଖର ହୋଇଥାଏ ବୋଲି ମଧ୍ୟ କୁହାଯାଏ।

ସକାଳୁ ଖାଲି ପେଟରେ ଭୁଲ୍‌ରେବି ଖାଆନ୍ତୁ ନାହିଁ ଏହି ୫ଟି ଜିନିଷ ।



ସକାଳର ଜଳଖିଆ ଶରୀରକୁ ପୁରା ଦିନସାରା ଆକ୍ଟିଭ ରଖିଥାଏ. ପିଲା ହୁଅନ୍ତୁ ଅବା ବୟସ୍କ ସକାଳୁ ସ୍କୁଲ ଅବା ଅଫିସ ଯିବା ଵ୍ୟସ୍ତରେ ଜଳଖିଆ କରିବା ଭୁଲିଯାନ୍ତି. ଏହାପରେ ଭୁକ ଲାଗିଲେ ଖାଲି ପେଟରେ ଜଙ୍କ ଫୁଡର ସେବନ କରିଥାନ୍ତି. କିନ୍ତୁ ବନ୍ଧୁଗଣ ଏମିତି କିଛି ଖାଦ୍ୟ ପଦାର୍ଥ ଅଛି ଯାହାକୁ ଖାଲିପେଟରେ ଖାଇବା କୌଣସି ବିପଦରୁ କମ ନୁହେଁ. ଏହି ୫ଟି ଜିନିଷ ଶରୀରର ଫାଇଦା ବଦଳରେ କ୍ଷତି ପହଞ୍ଚାଇଥାଏ. ଯଦି ବହୁତ ଗମ୍ଭୀର ରୋଗରୁ ବଞ୍ଚିବାକୁ ଚାହ୍ନନ୍ତି ତେବେ ଭୁଲରେବି ଖାଲିପେଟରେ ଏହି ୫ଟି ଜିନିଷର ସେବନ କରନ୍ତୁ ନାହିଁ.

୧.ସଫ୍ଟ ଡ୍ରିଂକ୍ସ
ଖାଲିପେଟରେ କୋଲଡ୍ରିଙ୍କସ ପିଇବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ. ଖାଲିପେଟରେ ସଫ୍ଟଡ୍ରିଂକ୍ସ ପିଇବା ଦ୍ୱାରା ଗ୍ୟାସ ଭଳି ରୋଗ ବା ବାନ୍ତି ହୋଇପାରେ. ଆପଣଙ୍କୁ କହିରଖିବି ସଫ୍ଟଡ୍ରିଂକ୍ସରେ ବହୁତ ଅଧିକ ମାତ୍ରାରେ କାର୍ବୋନେଟ ଏସିଡ ମିଳିଥାଏ.

୨.ମସଲାଜାତୀୟ ଖାଦ୍ୟ
ଏମିତିରେ ମସଲାଜାତୀୟ ଖାଦ୍ୟ ପଦାର୍ଥଠୁ ଦୂରରେ ରହିବ ଆବଶ୍ୟକ. ଜଳଖିଆରେ ମସଲାଜାତୀୟ ଖାଦ୍ୟ ଖାଇବା ଦ୍ୱାରା ଦିନସାରା ଏସିଡ଼ିଟିର ସାମ୍ନା କରିବାକୁ ପଡିପାରେ. ନିୟମିତ ରୂପରେ ମସଲାଜାତୀୟ ଖାଦ୍ୟ ଖାଇବା ଦ୍ୱାରା ଆପଣଙ୍କୁ ଅଲସର ଭଳି ରୋଗ ହୋଇପାରେ.

୩.କୋଲଡ଼ ବେଭରେଜ
ଥଣ୍ଡା ଜାତୀୟ ପଦାର୍ଥ ଆଜିକାଲି କୋଲଡ଼ ବେଭରେଜ ନାମାରେବି ଜଣାଯାଏ. ସକାଳୁ ଖାଲି ପେଟରେ ଥଣ୍ଡା ଜାତୀୟ ପଦାର୍ଥ କୋଲଡ଼ ବେଭରେଜ ଆଦି ପିଇବା ଦ୍ୱାରା ପାଚନ ଶକ୍ତି କମଜୋର ପଡ଼ିଯାଏ. କୋଲଡ଼ ବେଭରେଜ ପରିବର୍ତ୍ତେ ଆପଣ ଗ୍ରୀନ ଟି ଅବା ଉଷୁମ ପାଣିର ସେବନ କରିପାରିବ

୪.ଖଟା ଫଳ
ଖାଲିପେଟରେ ଆପଣ କେବେବି ଖଟା ଫଳ ଖାଇବା କଥା ନୁହଁ.ଲେମ୍ବୁ,କମଳା ଏବଂ ପିଜୁଳି ଆଦିରେ ଫାଇବର ଓ ଫ୍ରୁକଟୋଜର ମାତ୍ରା ଅବଶ୍ୟ ମିଳିଥାଏ, କିନ୍ତୁ ଖାଲି ପେଟରେ ଏହି ଫଳ ମନୁଷ୍ୟର ପାଚନତନ୍ତ୍ରରେ ଖରାପ ପ୍ରଭାବ ପକେଇଥାଏ

୫.କଫି
ଆଜିକାଲିର ଅଧିକାଂଶ ଯୁବପିଢ଼ି ସକାଳୁ ଉଠି କଫି ଅବା ଚା ପିଇଥାନ୍ତି. ଆପଣଙ୍କୁ କହିରଖିବି ଖାଲି ପେଟରେ ଚା ଅବା କଫି ପିଇବା ଦ୍ୱାରା ପେଟରେ ଏସିଡ଼ିଟିର ସମସ୍ୟା ଉତ୍ପନ ହୁଏ.

ବିବାହ ପୂର୍ବରୁ ହଳଦୀ ଲଗାଯାଏ କାହିଁକି ? ଜାଣନ୍ତୁ ।


ଏହିସବୁ କାରଣରୁ ବିବାହ ପୂର୍ବରୁ ଉଭୟ ବର ଏବଂ କନ୍ୟାଙ୍କୁ ଲଗାଯାଏ ହଳଦୀ।

ଭାରତରେ ସବୁକିଛି ପରମ୍ପରା ଭିତ୍ତିଭୂମିରେ ହୋଇଥାଏ। ଜନ୍ମଦିନ ହେଉ କିମ୍ବା ବିବାହବ୍ରତ ସବୁଥିରେ କିଛି ନା କିଛି ରୀତିନୀତି ପରମ୍ପରା ରହିଛି। ସେହିପରି ଆପଣ ନିଶ୍ଚିତ ଭାବରେ କୌଣସି ବିବାହ ପୂର୍ବରୁ ହଳଦୀ ଲଗାଯିବାର ପରମ୍ପରା ବିଷୟରେ ଶୁଣିଥିବେ। ହେଲେ ଏହାର କାରଣ ବିଷୟରେ ଖୁବ କମ ଲୋକ ହିଁ ଜାଣିଥାନ୍ତି। ଏହା ପଛରେ କେବଳ ଗୋଟିଏ ଯୋଡିଏ ନୁହେଁ ବରଂ ଅନେକ ଗୁଡିଏ କାରଣ ଲୁଚି ରହିଛି। ଆଜି ଚାଲନ୍ତୁ ଆମେ ସେହି କାରଣ ଗୁଡିକ ବିଷୟରେ ଅଧିକ ଜାଣିବା ସହ ଏହାକୁ ଲଗାଇବା ଦ୍ୱାରା ବର ଏବଂ କନ୍ୟାଙ୍କୁ କଣ ଲାଭ ହୋଇଥାଏ ସେ ସମ୍ପର୍କରେ ଜାଣିବା।

– ହିନ୍ଦୁ ଏବଂ ମୁସଲିମ ଉଭୟଙ୍କ ବିବାହ ପୂର୍ବରୁ ହଳଦୀ ଲଗାଯିବାର ପରମ୍ପରା ରହିଛି। ଏହା ଲଗାଇଲେ ବର ଏବଂ କନ୍ୟାଙ୍କୁ ବିବାହର ସବୁ ସୁଖ ମିଳିବା ଅର୍ଥରେ ଲଗାଇଦିଆଯାଏ।
– ହଳଦିଆ ରଙ୍ଗ ଶୁଭ ହୋଇଥିବାରୁ ବିବାହ କାର୍ଯ୍ୟ ଶୁଭରେ ହେଇ କୌଣସି ଅସୁବିଧା ନହେଉ ବୋଲି ହଳଦୀ ଲଗାଯାଏ।
– ହଳଦୀ ଲଗାଇଲେ ତ୍ୱଚା ଉଜ୍ଵଳ ଦେଖାଯାଇଥାଏ। ଫଳରେ ବିବାହ ଦିନ ବର କନ୍ୟା ସମସ୍ତଙ୍କ ଠାରୁ ବେଶୀ ସୁନ୍ଦର ଦେଖାଯାଇଥାନ୍ତି।
– ହଳଦୀ ନକରାତ୍ମକ ବ୍ୟକ୍ତିଙ୍କ ନଜରରୁ ହିଫାଜତ କରି ବର କନ୍ୟାଙ୍କୁ ସେମାନଙ୍କ ନଜର ଲାଗିବାକୁ ଦେଇ ନଥାଏ।
– ହଳଦିଆ ରଙ୍ଗକୁ ଖୁସିର ପ୍ରତୀକ ମାନନ୍ତି। ବିବାହ ପୂର୍ବରୁ ଏହାକୁ ଲଗାଇଲେ ତାଙ୍କ ଜୀବନରେ ଖୁସି ଆସିଥାଏ ବୋଲି ବିଶ୍ୱାସ କରାଯାଏ।
– ଏହାକୁ ଲଗାଇବାର ଆଉ ଏକ କାରଣ ହେଲା ଯେ, ଏହା ବର କନ୍ୟାଙ୍କର ସ୍ୱାସ୍ଥ୍ୟକୁ ଭଲ ରଖିଥାଏ। ବିବାହ କାର୍ଯ୍ୟ ଅତ୍ୟନ୍ତ ଲମ୍ବା ଚାଲେ ଯାହାଦ୍ୱାରା ସେମାନେ ଅସୁସ୍ଥ ହେବାର ଆଶଙ୍କା ଥାଏ ତେଣୁ ହଳଦୀ ଏହିସବୁରୁ ରକ୍ଷା କରିଥାଏ।
– ହଳଦୀ ଲଗାଇ ଘରର ସ୍ତ୍ରୀ ଲୋକେ ବର କନ୍ୟାଙ୍କୁ କୌଣସି ଶକ୍ତି ଅଲଗା ନ କରିପାରୁ ବୋଲି ପ୍ରାର୍ଥନା କରି ଲଗାଇଥାନ୍ତି ଏବଂ ଭଗବାନଙ୍କ ପାଖରେ ସେମାନଙ୍କ ସୁଖମୟ ବୈବାହିକ ଜୀବନ କାମନା କରିଥାନ୍ତି।

ତେବେ ଏହି ସବୁ କାରଣ ଦୃଷ୍ଟିରୁ ବିବାହ ପୂର୍ବରୁ ଉଭୟ ବର ଏବଂ କନ୍ୟାଙ୍କୁ ହଳଦୀ ଲଗାଇ ଦିଆଯାଇଥାଏ।


ଦିନକୁ ଦିନ ଆଖିର ଦୃଷ୍ଟି ଶକ୍ତି କମିଯାଉଛି କି ? ଖାଆନ୍ତୁ ଏହି ସବୁ ଜିନିଷ ।



ଆମ ଶରୀରର ସବୁଠାରୁ ସୁକ୍ଷ୍ମ ଅଙ୍ଗ ହେଉଛି ଆଖି। ଆଖିପାଇଁ ଆମେ ଦୁନିଆର ପ୍ରତିଟି ଜିନିଷକୁ ଦେଖିବାକୁ ସକ୍ଷମ ହେଇପାରୁ। କିନ୍ତୁ ଆଜିକାଲିର ଖାଦ୍ୟପେୟ ଯୋଗୁଁ ଏବଂ କଂପ୍ୟୁଟର ଆଉ ସ୍ମାର୍ଟ ଫୋନର ବହୁଳ ବ୍ୟବହାର ଯୋଗୁଁ ଆମ ଆଖିରେ ଦୃଷ୍ଟି ଶକ୍ତି କମିବାରେ ଲାଗିଛି। ଏବେ ଆମ ଦେଶର ପ୍ରାୟ ୪୩ ପ୍ରତିଶତ ଯୁବପିଢ଼ିଙ୍କର ଦୃଷ୍ଟିଶକ୍ତି ବହୁତ ଦୁର୍ବଳ ଥିବାର ଏକ ରିସର୍ଚ୍ଚରୁ ଜଣା ପଡ଼ିଛି। ଏହା ଯୋଗୁଁ ସମସ୍ତେ ଚଷମା ବ୍ୟବହାର କରିବାକୁ ବାଧ୍ୟ ହୁଅନ୍ତି। ଚଷମା ପିନ୍ଧୁ ପିନ୍ଧୁ ଏହା ଏକ ଅଭ୍ୟାସରେ ପରିଣତ ହେବା ପରେ ଆଉ ଆଖି ଭଲ ହୁଏନାହିଁ। କିନ୍ତୁ ଆଜି ଆମେ ଏହାର ଉପଚାର ବିଷୟରେ କହିବୁ। ଆଜି ଆପଣ ଜାଣିପାରିବେ କିଛି ଏମିତି ଖାଦ୍ୟଗୁଡିକ ଯାହାକୁ ଖାଇଲେ ଆପଣଙ୍କ ଦୃଷ୍ଟିଶକ୍ତି ଭଲ ରହିବା ସହ ଆପଣ ସବୁ କିଛି ସ୍ପଷ୍ଟ ଭାବରେ ଦେଖିପାରିବେ।

୧- ପ୍ରଥମେ କହି ରଖୁଛୁ, ଆପଣ ଯଦି ଆପଣଙ୍କୁ ଦେଖିବାରେ କୌଣସି ଅସୁବିଧା ରହୁଛି ତେବେ ଆପଣଙ୍କୁ ପୃଷ୍ଟିସାର ଜାତୀୟ ଖାଦ୍ୟ ପ୍ରଚୁର ପରିମାଣରେ ଖାଇବା ଉଚିତ। ଏହା ଆପଣଙ୍କ ଆଖିରୁ ସମସ୍ତ ସମସ୍ୟାକୁ ଦୂର କରିଦେଇ ଆପଣଙ୍କୁ ଭଲ ଦେଖିବା ପାଇଁ ସହାୟକ ହେବ।
୨- ଯଦି ଆପଣ ତୁରନ୍ତ ପ୍ରତିକ୍ରିୟା ଦେଖିବାକୁ ଚାହାନ୍ତି ତାହାଲେ ସବୁଦିନ ଖାଲି ପେଟରେ ପାଚିଲା କମଳା ଖାଇଲେ ବି ଆପଣଙ୍କ ଆଖି ସୁସ୍ଥ ରହିବ।
୩-ସବୁଜ ପନିପରିବା ଏବଂ ବାଦାମ ଜାତୀୟ ଖାଦ୍ୟ ଆପଣଙ୍କ ଆଖିରେ ମୋତିଆବିନ୍ଦୁ ଏବଂ ଚାଳିସା ଆଦି ସମସ୍ୟାକୁ ଦୁରେଇ ରଖିବ। ବୟସ ପରେ ମଧ୍ୟ ଏସବୁ ଆପଣଙ୍କ ଦୃଷ୍ଟିଶକ୍ତିରେ କୌଣସି ପ୍ରଭାବ ପକାଇପାରିବ ନାହିଁ।

ଏହିସବୁ ଜିନିଷ ଖାଇବା ଦ୍ୱାରା ଆପଣଙ୍କର ଦୂରକୁ ଦେଖିନ ପାରିବା ସମସ୍ୟାରୁ ମୁକ୍ତି ମିଳିବା ସହ ଆମେ ଏକ ସୁସ୍ଥ ଆଖି ପାଇପାରିବା।

ବାସ୍ତୁ ଦୋଷ ପ୍ରତିକାର କରିବାର ସହଜ ଉପାୟ ଆସନ୍ତୁ ଜାଣିବା ।


ଯେଉଁଠି ବାସ୍ତୁ ଦୋଷ ଥାଏ , ସେଠାରେ ସମୁବେଳେ ଅସୁବିଧା ଲାଗି ରହିଥାଏ । ସେଥିପାଇଁ ଘର ହେଉ ବା ଅଫିସ ଘର ତିଆରି ପୂର୍ବରୁ ବାସ୍ତୁ ଅନୁଯାୟୀ ତିଆରି କରିଥାନ୍ତି । ଯଦି ବି କିଛି ବାସ୍ତୁଦୋଷ ରହିଥାଏ ତେବେ ଏହାର ପ୍ରତିକାର ଶୀଘ୍ର କରିବା ଉଚିତ । ବାସ୍ତୁ ଦୋଷ ଯୋଗୁଁ ଘରେ ଅନେକ ସମସ୍ୟା ଦେଖା ଦେଇଥାଏ। ପରିବାରରେ ଅଶାନ୍ତି, କାର‌୍ୟ୍ୟରେ ଅସଫଳତା ଓ ଯେତେରୋଜଗାର କଲେ ମଧ୍ୟ ଅଭାବ ଅନଟନ ଲାଗି ରହେ। ଘରେ ସବୁ ଥାଇ ମଧ୍ୟ ସମସ୍ୟା ପିଛା ଛାଡ଼ି ନଥାଏ। ଆପଣ ମଧ୍ୟ ଏପରିପରିସ୍ଥିତିର ସମ୍ମୁଖୀନ କରୁଛନ୍ତି କି? ଏହା ବାସ୍ତୁ ଦୋଷ ହୋଇପାରେ। ଏହି ସମସ୍ୟାର ସମାଧାନ ପାଇଁକିଛି କିଛି ଖାସ୍ ଉପାୟ ।

୧. ଯଦି ଘରେ କୌଣସି ବାସ୍ତୁ ଦୋଷ ରହିଛି ତେବେ ଛାତ ଉପରେ ଏକ ତୁଳସୀ ଗଛର କୁଣ୍ଡ ରଖନ୍ତୁ। ଏପରି କଲେ ଅନେକ ପ୍ରକାରବାସ୍ତୁ ସମସ୍ୟାର ମୁକ୍ତି ମିଳିଥାଏ। ସନ୍ଧ୍ୟାରେ ତୁଳସୀ ଗଛ ମୂଳରେ ସନ୍ଧ୍ୟା ଦିଅନ୍ତୁ ଘରେ ସକାରାତ୍ମକ ଶକ୍ତିର ସଂଚାର ହେବ।

୨. ତୁଳସୀ ମୂଳରେ ଜଳ ଅର୍ପଣ କରନ୍ତୁ। ସନ୍ଧ୍ୟାରେ ଘିଅ ଦୀପ ଦାନ କରି ୧୦୮ ଥର ଓଁ ନମୋ ଭଗବତେ ବାସୁ ଦେବାୟ ମନ୍ତ୍ର ଜପକରନ୍ତୁ।

୩. ଘରର ମୁଖ୍ୟ ଦ୍ୱାରରେ ଭିତରେ କିମ୍ବା ବାହାର ଆଡକୁ ଗଣେଶଙ୍କ ଦୁଇଟି ମୂର୍ତ୍ତି ରଖନ୍ତୁ। ଧ୍ୟାନ ଦେବେ ଗଣେଶଙ୍କ ମୂର୍ତ୍ତି ଯେପରିଦୁଇ ଆଡକୁ ପିଠି କରିକି ରହିବ। ଏହା ଦ୍ୱାରା ଘରେ ନକାରାତ୍ମକ ଶକ୍ତି ପ୍ରବେଶ କରେ

୪. ଠାକୁରଘରେ କୌଣସି ଦେବୀ-ଦେବତାଙ୍କ ଏକରୁ ଅଧିକ ଫଟୋ ବା ମୂର୍ତ୍ତି ରଖନ୍ତୁ ନାହିଁ।

୫. ଘରେ ଅଦରକାରୀ ଜିନିଷ, ଭଙ୍ଗା ଜିନିଷ, ଅଳିଆ ଆବର୍ଜନା ରଖନ୍ତୁ ନାହିଁ। ଏହା ଘରେ ବାସ୍ତୁ ଦୋଷ ବଢଏ ।୬.ଗୋମୂତ୍ର ଛିଞ୍ଚନ ଦ୍ୱାରା ମଧ୍ୟ ଘରୁ ଵାସ୍ତୁ ଦୋଷ ଦୂର ହୁଏ ।

୭.ସପ୍ତାହରେ ଦୁଇଦିନ କଞ୍ଚା ଲିମ୍ବ ପତ୍ର ଧୋଇବା ଦ୍ୱାରା ମଧ୍ୟ ବାସ୍ତୁ ଦୋଷ ଦୂର ହୋଇଥାଏ।

କେଉଁ ସମୟରେ ପୂଜାର୍ଚ୍ଚନା କରିବା ଭଲ ଜାଣନ୍ତୁ କାରଣ ।

ଇଶ୍ୱରଙ୍କ ଆରାଧନା ଓ ପୂଜା ପାଠ ପାଇଁ ସବୁଠାରୁ ଭଲ ସମୟ ହେଲା ବ୍ରହ୍ମ ମହୂର୍ତ୍ତ। ଯେତେ ସକାଳୁ ଉଠି ଆପଣ ପୂଜା କରିବେ,ଆପଣ ସେତେ ଶାନ୍ତି ପାଇବେ । ପ୍ରାତଃ କାଳ ପୂଜ...