Friday, November 23, 2018

IPS ଅଫିସର ହେବା ପାଇଁ କଣ କରିବାକୁ ପଡିଥାଏ, କିପରି ହେବେ ଜାଣନ୍ତୁ?



IPS ଅଫିସର ହେବା ବୋଧେ ଅନେକ ଲୋକଙ୍କର ସ୍ୱପ୍ନ ଥାଏ। IPS ଅଫିସରମାନେ ସାଧାରଣ ଲୋକଙ୍କ ଆଦର୍ଶ ହୋଇଥାନ୍ତି। ସମସ୍ତେ ତାଙ୍କ ଭଳି ହେବା ପାଇଁ ଇଚ୍ଛା କରିଥାନ୍ତି। ଏହି ଚାକିରୀରେ ଭଲ ଦରମା ସାଙ୍ଗକୁ ବହୁତ ସମ୍ମାନ ମଧ୍ୟ ମିଳିଥାଏ। ତେବେ ଏହି ଚାକିରୀ ପାଇବାକୁ ଚାହୁଁଥିବା ଲୋକଙ୍କ ପାଇଁ ଆଜି ଆମେ ଏହା ସମ୍ବଧିତ କିଛି ତଥ୍ୟ ନେଇ ଆସିଛୁ। ଆଜି ଆମେ ଏହି ଚାକିରୀ କେମିତି ଓ କିପରି କରିପାରିବେ ତାହା କହିବୁ। ଆସନ୍ତୁ ଜାଣିବା।

-IPS ଅଫିସର ହେବା ପାଇଁ ହେଲେ ଅନେକ ପ୍ରକ୍ରିୟା ଦେଇ ଯିବାକୁ ପଡେ। UPSC ତରଫରୁ ଏହାପାଇଁ ପ୍ରତିବର୍ଷ ଗୋଟିଏ ପରୀକ୍ଷା କରାଯାଇଥାଏ। ପରୀକ୍ଷାରେ ଉତ୍ତୀର୍ଣ୍ଣ ପ୍ରାର୍ଥୀ IPS ହେବାର ପ୍ରାଥମିକ ସୋପାନ ପାର କରିଥାନ୍ତି। କିନ୍ତୁ କେବଳ ଏହି ପରୀକ୍ଷାକୁ ଉତ୍ତୀର୍ଣ୍ଣ କରିଲେ ଯେ, ଜଣେ ଏହି ଅଫିସର ହେଇପାରିବେ ତାହା ନୁହେଁ ଏଥିପାଇଁ ଅନେକ ସୋପାନ ଦେଇ ଯିବାକୁ ପଡ଼ିବ।
-ପ୍ରଥମେ ଇଚ୍ଛୁକଙ୍କୁ ଜଣେ ଗ୍ରାଜୁଏଟ ହେବାକୁ ପଡେ। ପ୍ରାର୍ଥୀଙ୍କ ବୟସ ୨୧ ରୁ ୩୦ ହେବା ଦରକାର। ସ୍ପେଶାଲ କୋଟା ପାଇଁ ୫ବର୍ଷ ଅଧିକ ରଖାଯାଇଛି। ସେହିପରି ପ୍ରାର୍ଥୀଙ୍କ ଉଚ୍ଚତା ୧୬୫ ସେମି ରହିଥାଏ ଏବଂ ସ୍ପେଶାଲରେ ଅତି କମରେ ୧୪୫ ସେମି ରଖା ଯାଇଛି।
-ଏଥିପାଇଁ ଚେଷ୍ଟ ବି ମାପ କରାଯାଏ। ଯଦି ପୁରୁଷଙ୍କର ଛାତି ୫୪ ଏବଂ ମହିଳାଙ୍କର ୭୯ ସେମି ନ ହୋଇଥାଏ ତେବେ ସେ ଯୋଗ୍ୟ ବିବେଚିତ ହୋଇନଥାନ୍ତି।

-ଏହି UPSC ପରୀକ୍ଷା ଦୁଇଟି ପର୍ଯ୍ୟାୟରେ ହୋଇଥାଏ ଗୋଟିଏ ପ୍ରିଲିମିନାରୀ ଏବଂ ଅନ୍ୟଟି ମେନ ପରୀକ୍ଷା। ପ୍ରିଲିମିନାରୀରେ ୨୦୦-୨୦୦ ମାର୍କର ପରୀକ୍ଷା ଦେବାକୁ ପଡେ। ସବୁ ପ୍ରଶ୍ନ ଅବଜେକ୍ଟିଭ ହୋଇଥାଏ। ଦୁଇ ଦୁଇ ଘଣ୍ଟା ମିଳେ ଏହାକୁ ଉତ୍ତର ଦେବା ପାଇଁ। ଅନେକ ଗୁଡିଏ ସାଧାରଣ ଜ୍ଞାନ ଏବଂ ପ୍ରାକ୍ଟିକାଲ ଜିନିଷ ବିଷୟରେ ଥିବା ପ୍ରାର୍ଥୀଙ୍କ ଧାରଣାକୁ ଏଥିରେ ମପାଯାଏ।
-ମେନ ପରୀକ୍ଷା ପୁଣି ଦୁଇଟି ପର୍ଯ୍ୟାୟରେ ହୋଇଥାଏ। ଗୋଟିଏ ଲିଖିତ ଏବଂ ଅନ୍ୟଟି ଇଣ୍ଟରଭିଉ। କିନ୍ତୁ ଏଥିପାଇଁ ପ୍ରଥମେ ପ୍ରିଲିମିନାରୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାକୁ ପଡିଥାଏ।

-ମେନ ପରୀକ୍ଷାର ପ୍ରଥମ ପର୍ଯ୍ୟାୟରେ ଯେଉଁ ପରୀକ୍ଷା ହୁଏ ତାହା ସମ୍ପୂର୍ଣ୍ଣ ସବ୍ଜେକ୍ଟିଭ ହୋଇଥାଏ। ଏଥିରେ ଇକୋନୋମିକ୍ସ ଠାରୁ ଆରମ୍ଭ କରି ଇଂଜିନିୟରିଂ ପର୍ଯ୍ୟନ୍ତ ସବୁ ପାଠ ରହିଥାଏ।
-ଏହାକୁ ପାସ କରିବା ପରେ ଜଣେ ବରିଷ୍ଠ ଅଧିକାରୀଙ୍କ ଦ୍ୱାରା ଇଣ୍ଟରଭିଉ ନିଆଯାଏ। ଯଦି ପ୍ରାର୍ଥୀ ଇଣ୍ଟରଭିଉରେ ଉତ୍ତୀର୍ଣ୍ଣ ହୋଇଯାଏ ତେବେ ସେ IPS ଅଫିସର ହୋଇଥାଏ। ଏହାପରେ କିଛି ଦିନର ଟ୍ରେନିଂ ଦିଆଯାଇ ଅଫିସରଙ୍କୁ ପ୍ରସ୍ତୁତ କରି ଭିନ୍ନ ଭିନ୍ନ ଜାଗାକୁ ପଠାଯାଏ।

No comments:

Post a Comment

କେଉଁ ସମୟରେ ପୂଜାର୍ଚ୍ଚନା କରିବା ଭଲ ଜାଣନ୍ତୁ କାରଣ ।

ଇଶ୍ୱରଙ୍କ ଆରାଧନା ଓ ପୂଜା ପାଠ ପାଇଁ ସବୁଠାରୁ ଭଲ ସମୟ ହେଲା ବ୍ରହ୍ମ ମହୂର୍ତ୍ତ। ଯେତେ ସକାଳୁ ଉଠି ଆପଣ ପୂଜା କରିବେ,ଆପଣ ସେତେ ଶାନ୍ତି ପାଇବେ । ପ୍ରାତଃ କାଳ ପୂଜ...