Friday, November 30, 2018

କୌଣସି କାମରେ ଯିବା ପୂର୍ବରୁ କ'ଣ ଖାଇଲେ ଶୁଭ ହୋଇଥାଏ ? ଜାଣନ୍ତୁ ।


କୌଣସି ଜରୁରୀ କାମରେ ବାହାରିବା ପୂର୍ବରୁ ଘରେ ବୟସ୍କମାନେ ଠାକୁରଙ୍କୁ ମୁଣ୍ଡିଆ ମାରି ଯିବାକୁ କହିଥା’ନ୍ତି। ସେହିଭଳି ଯାତ୍ରା ଓ ଏସମ୍ପର୍କିତ କାର୍ଯ୍ୟରେ ଶୁଭ ଫଳ ପାଇବା ପାଇଁ ଅନେକ ଲୋକ ଭିନ୍ନ ଭିନ୍ନ ବିଶ୍ୱାସ ଅନୁସାରେ ନାନା ଉପାୟ ଆପଣାଇଥା’ନ୍ତି।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ନିର୍ଦ୍ଦିଷ୍ଟ କାର୍ଯ୍ୟରେ ସଫଳତା ବା ଶୁଭ ଫଳ ପାଇଁ ଘରୁ ବାହାରିବା ପୂର୍ବରୁ କିଛି ନିର୍ଦ୍ଦିଷ୍ଟ ଖାଦ୍ୟ ସାମଗ୍ରୀ ଖାଇବା ଆବଶ୍ୟକ।

ଆସନ୍ତୁ ଜାଣିବା, କେଉଁ କାମ ପାଇଁ ଘରୁ ବାହାରିବା ପୂର୍ବରୁ କ’ଣ ଖାଇଲେ, ଶୁଭ ଫଳ ମିଳିବା ସମ୍ପର୍କରେ ଶାସ୍ତ୍ରରେ କୁହାଯାଇଛି।

୧. ଯଦି ଆପଣ କୌଣସି ଦୂର ସ୍ଥାନକୁ ବୁଲିବାକୁ ଯାଉଛନ୍ତି, ତେବେ ଦହି ଖାଇ ଘରୁ ବାହାରନ୍ତୁ। ଏହାଦ୍ୱାରା ଆପଣଙ୍କ ଯାତ୍ରା ଶୁଭଦାୟକ ରହିବ।


୨. ଯଦି ପରୀକ୍ଷା ଦେବାକୁ ଯାଉଛନ୍ତି, ତେବେ ଘରୁ ବାହାରିବା ବେଳେ ଦହି ଓ ଚିନି ଖାଇ ଯାଆନ୍ତୁ। ଏହାଦ୍ୱାରା ପରୀକ୍ଷାରେ ଭଲ ହୋଇଥାଏ।
୩. ଆପଣ ଯଦି ଚାକିରି ପାଇଁ ଇଣ୍ଟରଭ୍ୟୁ ଦେବାକୁ ଯାଉଛନ୍ତି, ତେବେ ମିଶ୍ରି ଖାଇ ଘରୁ ବାହାରନ୍ତୁ। ଏହାଦ୍ୱାରା ଆପଣଙ୍କ ଇଣ୍ଟରଭ୍ୟୁ ଭଲ ହେବା ସହ ଶୁଭଫଳ ପ୍ରାପ୍ତି ହେବ।


୪. ଯଦି ଆପଣ କାହାର ବାହାଘର ସମ୍ପର୍କରେ କଥା ହେବାକୁ ଯାଉଛନ୍ତି, ତେବେ ପାନପତ୍ର ଓ ଗୁଜୁରାତି ଖାଇ ଘରୁ ବାହାରନ୍ତୁ। ଏହା ଅନେକ ଶୁଭ ବୋଲି କୁହାଯାଏ ଏହା ଖାଇବା ଦ୍ୱାରା ବାହାଘର ପକ୍କା ହୋଇଥାଏ ବୋଲି ବିଶ୍ୱାସ କରାଯାଏ।

୫. ଅନେକ ଦିନରୁ ଅଟକି ରହିଥିବା କାର୍ଯ୍ୟକୁ ସାରିବା ଲକ୍ଷ୍ୟରେ ଯଦି ଆପଣ ଯାଉଛନ୍ତି, ତେବେ ଘରୁ ବାହାରିବା ପୂର୍ବରୁ ମିଶ୍ରି ଓ ପାନମଧୁରୀ ଖାଇ ଯାଆନ୍ତୁ। ଏହା ଆପଣଙ୍କ ଅଟକି ରହିଥିବା କାମକୁ ସମ୍ପନ୍ନ କରିବାରେ ଅବଶ୍ୟ ସହାୟକ ହେବ।


୬. ଘର କିମ୍ବା ଜମିବାଡ଼ି କିଣିବାକୁ ଯାଉଥିଲେ, ଗୁଡ଼ ଖାଇ ଘରୁ ବାହାରନ୍ତୁ। ଏହା ସମସ୍ତ ବାଧାବିଘ୍ନ ଦୂର କରିଥାଏ।

ଶୀତ ଦିନେ ଗରମ ଲେମ୍ବୁ ପାଣି ପିଇବା ଦ୍ବାରା କ'ଣ ଫାଇଦା ମିଳିଥାଏ ?



ଶୀତଦିନରେ ଅନେକ ଲୋକ ଦିନର ଆରମ୍ଭ ଚା’ ବା କଫି ପିଇ କରିଥାନ୍ତି। କିନ୍ତୁ ଏହା ଶରୀର ପାଇଁ କ୍ଷତିକାରକ ଅଟେ। ଶୀତଦିନେ ଗରମ ଲେମ୍ବୁ ପାଣି ପିଇବା ଶରୀର ପାଇଁ ଲାଭଦାୟକ ଅଟେ ଏବଂ ଏହି ପାଣିକୁ ଖାଲି ପେଟରେ ପିଇବା ଆବଶ୍ୟକ । ଜାଣିବା ଗରମ ଲେମ୍ବୁ ପାଣି ପିଇବା ଦ୍ୱାରା ଶରୀରକୁ କ’ଣ ସବୁ ଲାଭ ମିଳିଥାଏ ?



-ଡାକ୍ତରମାନଙ୍କ ମତରେ ଶୀତଦିନରେ ଗରମ ଲେମ୍ବୁ ପାଣି ପିଇବା ଦ୍ୱାରା ଶରୀରରେ ଥିବା ବିଷାକ୍ତ ପଦାର୍ଥ ପରିସ୍ରା ମାଧ୍ୟମରେ ବାହାରକୁ ବାହାରି ଯାଇଥାଏ। ଯାହାର ସିଧା ପ୍ରଭାବ ପାଚନ କ୍ରିୟା ଉପରେ ପଡିଥାଏ।

-ଯଦି ଆପଣଙ୍କର କୋଷ୍ଠକାଠିନ୍ୟ ସମସ୍ୟା ଅଛି ତେବେ ନିୟମିତ ସକାଳ ସମୟରେ ଗରମ ଲେମ୍ବୁ ପାଣି ପିଇବା ଦ୍ୱାରା ଆରାମ ମିଳିଥାଏ ।

– ଗରମ ଲେମ୍ବୁ ପାଣିରେ ଭିଟାମିନ୍ ସି, ପଟାସିୟମ ଏବଂ ଆଇରନ ଥିବାରୁ ଶରୀରରେ ପିଏଚ୍ ସ୍ତର ନିୟନ୍ତ୍ରଣ ହୋଇଥାଏ ଓ ଶରୀରରେ ଥିବା ବିଷାକ୍ତ ପଦାର୍ଥକୁ ବାହାରକୁ ବାହାର କରି ଯକୃତକୁ ସକ୍ରିୟ କରିଥାଏ ।

– ନିୟମିତ ଗରମ ଲେମ୍ବୁ ପାଣି ପିଇବା ଦ୍ୱାରା ଫ୍ୟାଟ୍ କମ ହୋଇଥାଏ । ଏହା ସହିତ ଥଣ୍ଡା, ଜ୍ୱର ଏବଂ କାଶ ଭଳି ସମସ୍ୟା ମଧ୍ୟ ଠିକ ହୋଇଥାଏ ।

କେଉଁ ରାଶିର ବ୍ଯକ୍ତିକୁ ବିବାହ କରିବେ, ପଢ଼ନ୍ତୁ ।


ଜ୍ୟୋତିଷ ଶାସ୍ତ୍ରରେ ବିବାହକୁ ନେଇ ଅନେକ କଥା କୁହାଯାଇଛି। ଏଥିରେ ବିବାହର ଶୁଭ ମୂହୁର୍ତ୍ତ ଉଲ୍ଲେଖ କରାଯିବା ସହିତ ବିବାହ କେବେ କଲେ ଶୁଭ ଓ ଅଶୁଭ ସେ ବିଷୟରେ ମଧ୍ୟ କୁହାଯାଇଛି। ଏହା ବ୍ୟତିତ ବିବାହ କରିବା ପାଇଁ କେଉଁ ରାଶିର ବ୍ୟକ୍ତି ଶୁଭ, ଏହି କଥା ଉପରେ ମଧ୍ୟ ଧ୍ୟାନ ଦିଆଯାଇଥାଏ।

କୁହାଯାଏ କି ଏପରି କରିବା ଦ୍ୱାରା ବୈବାହିକ ଜୀବନ ହସଖୁସିରେ ଭରି ରହିଥାଏ। ତେବେ ଆସନ୍ତୁ ଜାଣିବା କେଉଁ ରାଶିର ବ୍ୟକ୍ତି କେଉଁ ରାଶିର ବ୍ୟକ୍ତି ସହ ବିବାହ କରିବା ଉଚିତ୍‌।

ମେଷ:ମେଷ ରାଶିର ବ୍ୟକ୍ତି ଜ୍ୟୋତିଷ ଅନୁସାରେ ବିଛା ରାଶିର ପୁଅ କିମ୍ୱା ଝିଅଙ୍କୁ ବିବାହ କଲେ ଭଲ।

ବୃଷ: ଏହି ରାଶିର ବ୍ୟକ୍ତି ଧନୁ ରାଶିର ବ୍ୟକ୍ତିଙ୍କୁ ବିବାହ କରିବା ଉଚିତ୍‌।

ମିଥୁନ: ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ରାଶିର ବ୍ୟକ୍ତି ମକର ରାଶିର ବ୍ୟକ୍ତିଙ୍କୁ ବିବାହ କରିବା ଉଚିତ୍ ନୁହେଁ।

କର୍କଟ: କର୍କଟ ରାଶିର ବ୍ୟକ୍ତିଙ୍କୁ କୁମ୍ଭ ରାଶିର ବ୍ୟକ୍ତିଙ୍କ ସହ ବିବାହ କରିବା ଶୁଭ ବୋଲି ଧରାଯାଇଥାଏ।

ସିଂହ:ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସିଂହ ରାଶିର ବ୍ୟକ୍ତି ବିଛା ରାଶି ବ୍ୟକ୍ତିଙ୍କ ସହିତ ବିବାହ କରିବା ଉଚିତ୍‌ ନୁହେଁ।
କନ୍ୟା: କନ୍ୟା ରାଶିର ବ୍ୟକ୍ତି ସିଂହ ରାଶିର ବ୍ୟକ୍ତିଙ୍କୁ ବିବାହ କରିବା ଉଚିତ୍‌।

ତୁଳା: ଏହି ରାଶିର ବ୍ୟକ୍ତି କନ୍ୟା ରାଶିର ବ୍ୟକ୍ତିଙ୍କୁ ବିବାହ କଲେ ଭଲ।

ବିଚ୍ଛା: ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବିଛା ରାଶିର ବ୍ୟକ୍ତି ମେଷ ରାଶିର ବ୍ୟକ୍ତିଙ୍କୁ ବିବାହ କଲେ ଅଶୁଭ ହୋଇଥାଏ।

ଧନୁ: ଧନୁ ରାଶିର ବ୍ୟକ୍ତିଙ୍କୁ ବୃଷ ରାଶି ସହିତ ବିବାହ କରିବା ଉଚିତ୍‌ ନୁହେଁ।

ମକର:ଏହି ରାଶିର ବ୍ୟକ୍ତି କେବଳ ମିଥୁନ ରାଶିର ବ୍ୟକ୍ତିଙ୍କୁ ବିବାହ କରିବା ଭଲ।

କୁମ୍ଭ: କୁମ୍ଭ ରାଶିର ବ୍ୟକ୍ତିଙ୍କୁ କର୍କଟ ରାଶିର ବ୍ୟକ୍ତିଙ୍କ ସହ ବିବାହ କରିବା ପାଇଁ ଉଚିତ୍ ନୁହେଁ।

ମୀନ:ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମୀନ ରାଶିର ଜାତକଧାରୀ ବ୍ୟକ୍ତି କନ୍ୟା ରାଶିର ବ୍ୟକ୍ତିଙ୍କଠାରୁ ଦୂରେଇ ରହିବା ଉଚିତ୍‌। ଏହା ବ୍ୟତିତ ଅନ୍ୟ ରାଶିର ବ୍ୟକ୍ତିଙ୍କୁ ବିବାହ କରିପାରିବେ।

ଏହି ୫ଟି ଜିନିଷ ଘରେ ରଖିଲେ ଋଣ ସମସ୍ଯାରୁ ମୁକ୍ତି ପାଇପାରିବେ ।



ପ୍ରତ୍ୟେକ ବ୍ୟକ୍ତି ନିଜ ଜୀବନରେ ଉନ୍ନତି କରିବାକୁ ଚାହିଁଥା’ନ୍ତି। ବ୍ୟବସାୟ ହେଉ ଅବା ଚାକିରି, ଅଧିକ ଅର୍ଥ ଉପାର୍ଜନ ପାଇଁ ସମସ୍ତ ପ୍ରୟାସ କରନ୍ତି। ଏହାରି ଭିତରେ ଅନେକ ସମୟରେ ଋଣ କରିବାକୁ ମଧ୍ୟ ପଡ଼ିଥାଏ। ଋଣର ଭାର ଏପରି ହୁଏ ଯାହା ବେଳେବେଳ ମାନସିକ ଅଶାନ୍ତି ଦେଇଥାଏ।

ଏହି ଋଣ ବୋଝରୁ ମୁକ୍ତି ପାଇଁ ଆସନ୍ତୁ କିଛି ବାସ୍ତୁ ଟିପ୍ସ୍‌ ଜାଣିବା। ବାସ୍ତୁ ଶାସ୍ତ୍ରରେ ଏପରି ୫ଟି ଜିନିଷ କୁହାଯାଇଛି, ଯାହା ଘରେ ରଖିଲେ ଆପଣଙ୍କ ଋଣ ସମସ୍ୟା ଦୂର ହୁଏ।

୧. ଘରର ଉତ୍ତର-ପୂର୍ବ ଦିଗର କାନ୍ଥରେ ଦର୍ପଣ ଲଗାନ୍ତୁ। ବାସ୍ତୁ ଅନୁସାରେ, ଦକ୍ଷିଣ ଓ ପଶ୍ଚିମ ଦିଗରେ ଦର୍ପଣ ଲଗାଇଲେ ଘରର ଆର୍ଥିକ ସ୍ଥିତି ଦୁର୍ବଳ ହୋଇଥାଏ।

୨. ଆପଣ ଘର ତିଆରି କରିବା ସମୟରେ ନିଅଁ ଖୋଳିଥା’ନ୍ତି। ଏହାକୁ ଅତିକମ୍‌ରେ ଦୁଇରୁ ତିନି ଫୁଟ୍‌ ଗଭୀର କରି ଖୋଳନ୍ତୁ। ଏହା ସହିତ ଘରର ଉତ୍ତର ଦିଗକୁ ଗଡ଼ାଣିଆ ରଖନ୍ତୁ। ବାସ୍ତୁ ହିସାବରେ ଏପରି କରିବା ଦ୍ୱାରା ଘରେ ଲକ୍ଷ୍ମୀ ବାସ କରନ୍ତି।

୩. ବାସ୍ତୁ ଅନୁସାରେ, ଘରର ଦକ୍ଷିଣ ପଶ୍ଚିମ ବା ଦକ୍ଷିଣ ଦିଗରେ ପାଣି ଟାଙ୍କି, କୂଅ କିମ୍ୱା ନଳକୂପ ରଖନ୍ତୁ ନାହିଁ। ଏପରି କରିବା ଦ୍ୱାରା ଆପଣ ଦରିଦ୍ର ହୋଇଥା’ନ୍ତି।

୪. ପୂର୍ବ ଓ ଉତ୍ତର ଦିଗରେ ଭାରି ବସ୍ତୁ ରଖିବା ଉଚିତ୍‌ ନୁହେଁ। ଘର ତିଆରି ସମୟରେ ଉତ୍ତର-ଦକ୍ଷିଣ ପାଚେରିକୁ ସିଧା ତିଆରି କରନ୍ତୁ। ଏପରି କଲେ ଧନଲାଭ ହୋଇଥାଏ।

୫. ଘରର ଦକ୍ଷିଣ-ପଶ୍ଚିମ ଦିଗରେ ଶୌଚାଳୟ ନିର୍ମାଣ କରନ୍ତୁ ନାହିଁ। ଏହା ସହିତ ଯଦି ଆପଣ ଋଣ କରିଛନ୍ତି, ତେବେ ଏହାର ପ୍ରଥମ କିସ୍ତି ମଙ୍ଗଳବାର ହିଁ ଦିଅନ୍ତୁ। ଏହି ସବୁ ବାସ୍ତୁ ଉପାୟ ଅବଲମ୍ୱନ କଲେ, ଆପଣ ଋଣଜନିତ ସମସ୍ୟାରୁ ମୁକ୍ତି ପାଇପାରିବେ।

କେଉଁ କର୍ମରେ କି ଜନ୍ମ ? ନିହାତି ଜାଣନ୍ତୁ ।


୧.ଯିଏ ସନ୍ନ୍ୟାସ ଗ୍ରହଣ କରିବା ପରେ ପୁନୟ ଶ୍ରୀ ସଙ୍ଗ କରେ, ସେ ଝାଡ଼ାରେ କୃମି ହୋଇ ଜନ୍ମ ହୁଏ ।

୨.ଯିଏ ସର୍ବଦା କଳି କରିବାକୁ ଭଲପାଏ ଅର୍ଥାତ୍ କାହା ସହିତ କଳି କଲେ ଜମା ଛଡ଼େ ନାହିଁ ସେ ପରଜନ୍ମରେ ବିରାଡ଼ି ହୋଇ ଜନ୍ମ ହୁଏ ।

୩. ଯିଏ ବିନା କାରଣରେ ସବୁବେଳେ ରାଉ ରାଉ ହୁଏ, ଆଡ଼ବୟା ପରି ହୁଏ, ସିଏ ପର ଜନ୍ମରେ କାଉ ଜନ୍ମ ଲାଭ କରେ ।

୪.ଯେଉଁମାନେ ଅତ୍ୟନ୍ତ ଲୋଭୀ ହୁଅନ୍ତି ସେମାନେ ପରଜନ୍ମରେ ଛେଳି ହୋଇ ଜନ୍ମ ନିଅନ୍ତି ।

୫.ଯେଉଁମାନେ ପର ନାରୀ, ପରଧନ ହରଣ କରନ୍ତି ସେମାନେ କଙ୍କଡ଼ା ହୋଇ ଜନ୍ମ ନିଅନ୍ତି ।

୬.ଯେଉଁମାନେ ବାକଯୁଦ୍ଧରେ ପ୍ରବୀଣ, ସବୁବେଳେ କଳହରତ ହୁଅନ୍ତି, ହିଂସା ଆଚରଣ କରନ୍ତି ସେମାନେ କୁଜୁର ଯୋନିରେ ଜନ୍ମ ଲାଭ କରନ୍ତି ।

୭.ଯେଉଁମାନେ ଅଖାଦ୍ୟକୁ ଭୋଜନ କରନ୍ତି ସେମାନେ ଘୁଷୁରୀ ହୋଇ ଜନ୍ମ ହୁଅନ୍ତି ।

୮.ଯେଉଁମାନେ ଅତି ଜିଦଖୋର ଓ ସବୁବେଳେ ମାଲି ମୋକଦ୍ଦମା କରିବାକୁ ଭଲ ପାଆନ୍ତି ସେମାନେ ମୃତ୍ୟୁ ପରେ ମେଣ୍ଢା ହୋଇ ଜନ୍ମ ଲାଭ କରନ୍ତି ।

୯.ଯିଏ ବିନା ଦୋଷରେ ଅନ୍ୟକୁ ଦଣ୍ଡ ଦିଏ କିମ୍ବା ସର୍ବଦା ଫଁ ଫଁ ହୁଏ ସେ ପରଜନ୍ମରେ ସର୍ପ ଯୋନିରେ ଜନ୍ମ ଗ୍ରହଣ କରେ ।

୧୦.ଯିଏ ପିତାମାତା, ଗୁରୁ, ଗୁରୁଜନଙ୍କୁ କୁଭାଷା କହେ ସେ ପରଜନ୍ମରେ ମୂକ ହୁଅନ୍ତି ।

୧୧.ଯେଉଁମାନେ ସ୍ଵଜାତିକୁ ଦେଖି ସହି ପାରନ୍ତି ନାହିଁ, ପରସ୍ପର ମଧ୍ୟରେ ହିଂସା ମନୋଭାବ ରଖନ୍ତି ସେମାନେ ମୃତ୍ୟୁ ପରେ ଗୋରୁ ଯୋନିରେ ଜନ୍ମ ଲାଭ କରନ୍ତି ।

୧୨.ଯିଏ ପରନାରୀ, ପରସ୍ତ୍ରୀ, ଅନୁଢ଼ା କନ୍ୟା, ପର ଝିଅ ଓ ବୋହୁଙ୍କୁ ସଙ୍ଗମ କରେ ସେ ପରଜନ୍ମରେ ନୀଚ ଯୋନିରେ ଜନ୍ମ ଗ୍ରହଣ କରେ.ସେ ସାତ ଜନ୍ମ ଯାଏ ନର୍କ ଭୋଗ କରେ ।

ଶୋଇବା ସମୟରେ କ'ଣ କଲେ କେଉଁ ଗ୍ରହ ଦୋଷ ଦୂର ହୁଏ ?


୧.ତକିଆ ତଳେ ଲାଲ ଚନ୍ଦନ ରଖି ଶୋଇଲେ କିମ୍ଭା ଖଟତଳେ ତମ୍ବା ପାତ୍ରରେ ଜଳ ରଖି ଶୋଇଲେ ରବି ମହାଗ୍ରହଙ୍କ କୋପ ଦୃଷ୍ଟି କମିଯାଏ ।

୨.ତକିଆ ତଳେ ଲୁହା କିମ୍ବା ଖଟତଳେ ଲୁହା ପାତ୍ରରେ ଜଳରଖି ଶୋଇଲେ ଶନି ମହାଗ୍ରହଙ୍କ କୋପ ଦୃଷ୍ଟି କମିଯାଏ ।

୩. ତକିଆ ତଳେ ଖଣ୍ଡେ ହଳଦୀକୁ ହଳଦିଆ କପଡ଼ାରେ ବାନ୍ଧିରଖି ଶୋଇଲେ କିମ୍ବା ପିତ୍ତଳ ପାତ୍ରରେ ଜଳରଖି ଶୋଇଲେ ବୃହସ୍ପତିଙ୍କ କୃପାରୁ ରକ୍ଷା ମିଳେ।

୪.ତକିଆ ତଳେ ରୁପାରେ ତିଆରି ମାଛ ରଖି ଶୋଇଲେ କିମ୍ବା ଖଟତଳେ ରୁପା ପାତ୍ରରେ ଜଳ ରଖି ଶୋଇଲେ ଶୁକ୍ର ମହାଗ୍ରହଙ୍କ କୋପରୁ ରକ୍ଷାମିଳେ ।

୫.ତକିଆ ତଳେ ସୁନା ଅଳଙ୍କାର କିମ୍ବା ଖଟତଳେ ସୁନାପାତ୍ରରେ ଜଳ ରଖି ଶୋଇଲେ ବୁଧ ମହାଗ୍ରହଙ୍କ ଦୋଷ ନିବାରିତ ହୁଏ ।
୬.ତକିଆ ତଳେ ରୁପା କିମ୍ବା ଖଟତଳେ ରୁପା ପାତ୍ରରେ ଜଳରଖି ଶୋଇଲେ ଚନ୍ଦ୍ର ଦୋଷ ନିବାରିତ ହୁଏ ।

୭. ତକିଆ ତଳେ ସୁନା ରୁପା ମିଶ୍ରଣ ଅଳଙ୍କାର ରଖି ଶୋଇଲେ କିମ୍ବା କଂସା ପାତ୍ରରେ ଜଳ ଖଟତଳେ ରଖି ଶୋଇଲେ ମଙ୍ଗଳ ଦୋଷରୁ ରକ୍ଷା ମିଳେ ।

କେଉଁ ଦୋଷରୁ କିଏ କ'ଣ ହୁଏ ? ନିହାତି ପଢ଼ନ୍ତୁ ।



୧.ବଂଶ ଦୋଷରୁ ଲୋକ ଅଦାତା ହୁଏ ।

୨.କର୍ମ ଦୋଷରୁ ଲୋକ ଅଦାତା ହୁଏ ।

୩.ମା’ ଦୋଷରୁ ଝିଅ ବିଟପୀ (ଚରିତ୍ରହୀନା) ହୁଏ. କଥାରେ ଅଛି : ମା ଗୁଣେ ଝିଅ, ଗାଈ ଗୁଣେ ଘିଅ ।

୪.ପିତାଙ୍କ ଦୋଷରୁ ପିଲା ମୂର୍ଖ ହୁଏ ।

୫.ଶାସନ ଦୋଷର ଚୋର ଉପଦ୍ରବ ବଢ଼େ ।

୬.ଜ୍ୟେଷ୍ଠଭ୍ରାତା ଥାଉଁ ଥାଉଁ କନିଷ୍ଠ ଭ୍ରାତା ଯଦି ବିବାହ ଓ ଅଗ୍ରାଧାନ କର୍ମ କରେ ତେବେ ପତିତ ହୁଏ ।

୭.ବଡ଼ ଭଉଣୀ ଥାଉଁ ଥାଉଁ ସାନ ଭଉଣୀ ବିବାହ କଲେ କୁଳକ୍ଷୟ ହୁଏ ଏବଂ ବଡ଼ବଡ଼ିଆଙ୍କ ଅଭିଶାପ ପଡ଼େ ।

୮.ପିତା (ଜନ୍ମଦାତା) ଅଗ୍ରସୂତୀ କନ୍ୟାଗୃହରେ ଭୋଜନ କଲେ ପୂଜ ଭକ୍ଷଣ କଲାପରି ନରକରେ ପତିତ ହୁଏ ।

Thursday, November 29, 2018

କେଉଁ ବାର ଦିନ କେଉଁ କାମ କରିଲେ ଏହା ଶୁଭ ହୋଇଥାଏ ।



ମଣିଷର ବିଶ୍ୱାସ ହିଁ ତାର ଭଗବାନ। ବିଶ୍ୱାସ ନ ଥିଲେ ମଣିଷର କିଛି ନ ଥିବା ପରି ଲାଗେ। ନିଜ କାମ ଏବଂ ଭାଗ୍ୟ ଉପରେ ବିଶ୍ୱାସ ରଖି ସେ ଆଗକୁ ବଢ଼ିବାରେ ସକ୍ଷମ ହୁଏ। ଆମ ପୁରାଣ ଶାସ୍ତ୍ରରେ ଏହି ବିଶ୍ୱାସକୁ ନେଇ ଅନେକ କଥା ରହିଛି। ତାହା ଭିତରୁ କେଉଁ କାମ କେଉଁ ସମୟରେ କରିଲେ ମଣିଷର ଭାଗ୍ୟ ତା ସହିତ ରୁହେ ତାହା ମଧ୍ୟ ଏଥିରେ ଉଲ୍ଲେଖ ରହିଛି। ତେବେ ଆଜି ଆମେ ଆଲୋଚନା କରିବା ଶାସ୍ତ୍ର ଅନୁସାରେ କେଉଁ ବାର ଦିନ କେଉଁ ସବୁ କାମ କରିବା ଶୁଭ ହୋଇଥାଏ ଏବଂ ଫଳପ୍ରଦ ପ୍ରମାଣିତ ହୋଇଥାଏ।

୧- ରବିବାର- ଏହି ଦିନରେ କୌଣସି ଦର୍ଶନୀୟ ସ୍ଥାନକୁ ବୁଲିବାକୁ ଯିବା ଶୁଭ ହୋଇଥାଏ। ଏହା ସହ କୌଣସି ଉଚ୍ଚ ପଦସ୍ଥ ବ୍ୟକ୍ତିଙ୍କ ସହିତ ମିଳା ମିଶା ଏବଂ ଗାଈ ଗୋରୁଙ୍କର କିଣା ବିକା ତଥା କୌଣସି ଗୃହପାଳିତ ପଶୁଙ୍କ କ୍ରୟ କରିବା ଲାଭଦାୟକ ହୋଇଥାଏ।
୨- ସୋମବାର- ଶିଵଙ୍କ ବାର ଭାବେ ପରିଚିତ ଏହି ଦିନଟି। ତେଣୁ ଶିଵଙ୍କ ଉପାସନା କରିବା ପାଇଁ ଏହି ବାରଟି ଭଲ। ବିବାହ ପାଇଁ ପ୍ରସ୍ତାବ ଦେଖିବା, ଗଛ ଲଗାଇବା, ଅଳଙ୍କାର ତିଆରି କରିବା ଏବଂ ନୂଆ ଅଳଙ୍କାର ପିନ୍ଧିବା ଆଦି ଶୁଭ ହୋଇଥାଏ।

୩- ମଙ୍ଗଳବାର- ଏହି ଦିନ ଆପଣ ସମସ୍ତ ମାଙ୍ଗଳିକ କାର୍ଯ୍ୟର ଶୁଭାରମ୍ଭ କରିପାରିବେ। ଏବଂ ହାତ ହତିଆରର ସାଜସଜ୍ଜା, ଜମିବାଡ଼ି ବିବାଦର ଚୁକ୍ତି ଆଉ ଅସ୍ତ୍ରୋପଚାର କରିବାରେ ଆପଣଙ୍କର କୌଣସି ପ୍ରକାର କ୍ଷତି ହୋଇନଥାଏ। ବରଂ ଆପଣଙ୍କ ସ୍ୱାସ୍ଥ୍ୟ କ୍ଷେତ୍ରରେ ଏହା ଫାଇଦା ଦେଇଥାଏ।
୪- ବୁଧବାର- ଏହି ଦିନ ଏକ ଶୁଭ ଦିନ ଅଟେ। ଏହି ଦିନରେ ଆପଣ କୌଣସି ବି ବ୍ୟାପାର ଆରମ୍ଭ କଲେ ବେଶ ଲାଭବାନ ହୋଇପାରିବେ। ପାଠ ପଢ଼ୁଥିବା ପିଲାଙ୍କ ପାଇଁ ମଧ୍ୟ ଏହି ଦିନରେ ପଢା ଆରମ୍ଭ କରିବା ଖୁବ ଲାଭଦାୟକ ହୋଇଥାଏ।

୫- ଗୁରୁବାର- ଗୁରୁବାର ଦିନ କୌଣସି ଧର୍ମକାର୍ଯ୍ୟ, ବିବାହବ୍ରତ,ପୁରସ୍କାର ବଣ୍ଟନ, ସାମାଜିକ କାର୍ଯ୍ୟ ଆଦି କରିବା ଶୁଭ ହୋଇଥାଏ। ଗୁରୁବାର ଦିନ ଏହିପରି କରିବା ଦ୍ୱାରା ଲକ୍ଷ୍ମୀ ମା’ ମଧ୍ୟ ଆପଣଙ୍କ ଉପରେ ପ୍ରସନ୍ନ ହୋଇଥାନ୍ତି।
୬- ଶୁକ୍ରବାର- ଯଦି ଆପଣ ଘର ପାଇଁ କିମ୍ବା ଆପଣଙ୍କ ପାଇଁ କୌଣସି ବିଳାସ ସାମଗ୍ରୀ କିଣିବାକୁ ଚାହୁଁଛନ୍ତି ତାହାଲେ ଶୁକ୍ରବାର ଦିନ ଆପଣ କିଣନ୍ତୁ ଏହା ଆପଣଙ୍କ ଆର୍ଥିକ ଅବସ୍ଥାକୁ ସକାରାତ୍ମକ ଭାବେ ପ୍ରଭାବିତ କରିବ। ତା ସହ କୌଣସି ଝଗଡ଼ାର ସମାଧାନ କରିବାକୁ ଏହା ଏକ ଭଲ ଦିନ ଅଟେ।
୭- ଶନିବାର- ଏହି ଦିନରେ ଆପଣ ଲୁହା, କୋଇଲା କିମ୍ବା ଅନ୍ୟ ଧାତବ ପଦାର୍ଥ କ୍ରୟ କରିପାରିବେ। ନୂଆ ଗାଡି ପୂଜା କରିବା ଏବଂ ସଂକୀର୍ତ୍ତନ ପାଇଁ ଏହା ଉପଯୁକ୍ତ ଏବଂ ଲାଭଦାୟକ ଅଟେ।

କେଉଁ ବାରରେ କେଶ କାଟିଲେ କ'ଣ ହୁଏ ? ଜାଣନ୍ତୁ ଆସିବା ।



୧.ରବିବାରରେ କେଶ କାଟିଲେ ଦୁଃଖ ପ୍ରାପ୍ତି ହୁଏ.

୨.ସୋମବାରରେ କେଶ କାଟିଲେ ସୁଖ.

୩.ମଙ୍ଗଳବାର କେଶ କାଟିଲେ ଆୟୁଷ ହାନି ହୁଏ.

୪.ବୁଧବାରରେ କେଶ କାଟିଲେ ଆୟୁଷ ଓ ଶକ୍ତି ବୃଦ୍ଧି ହୁଏ.

୫.ଗୁରୁବାରରେ କେଶ କାଟିଲେ ଶକ୍ତିହୀନ ଓ ଅର୍ଥହାନୀ ହୁଏ.

୬.ଶୁକ୍ରବାରରେ କେଶ କାଟିଲେ ଆତ୍ମଶକ୍ତି ବଢ଼େ କିନ୍ତୁ ବଡ଼ ପୁଅ ଥାଇ ଏହିଦିନ କେଶ କାଟିଲେ ଅମଙ୍ଗଳ ହୁଏ.ବାପା ଓ ବଡ଼ ପୁଅ ଗୋଟିଏ ଦିନରେ କେଶ କାଟିଲେ ପରିବାରରେ ଅମଙ୍ଗଳ ହୁଏ. ସନ୍ତାନ ଦୁଃଖ ପାଏ. ଦାରିଦ୍ର୍ୟତା ଲାଗି ରହେ.

୭.ଶନିବାରରେ କେଶ କାଟିଲେ ଗ୍ରହପୀଡ଼ା ହୁଏ.

ମସ୍ତିଷ୍କ ରେଖା କହିଦିଏ କିଏ ଧନୀ, ଜ୍ଞାନୀ ଓ ନିର୍ଦ୍ଦୟୀ l



ସମସ୍ତଙ୍କ ହାତ ପାପୁଲିରେ ତିନୋଟି ରେଖା ଦେଖିବାକୁ ମିଳିଥାଏ। ସେଗୁଡ଼ିକ ହେଲା ଜୀବନ ରେଖା, ମସ୍ତିଷ୍କ ରେଖା ଏବଂ ହୃଦୟ ରେଖା। ହସ୍ତରେଖା ବିଜ୍ଞାନୀଙ୍କ ମତରେ ଏହି ତିନୋଟି ରେଖା ଆମ ଜୀବନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି।
ମସ୍ତିଷ୍କ ରେଖା ଆପଣଙ୍କ ହାତ ପାପୁଲିର ମଝିରେ ଦେଖିବାକୁ ମିଳିଥାଏ। ଜୀବନ ଏବଂ ମସ୍ତିଷ୍କ ରେଖାର ଉତ୍ପତି ସ୍ଥଳ ଗୋଟିଏ ବୋଲି କୁହାଯାଇଥାଏ। କିଛି ଲୋକଙ୍କ ହାତରେ ଜୀବନ ଏବଂ ମସ୍ତିଷ୍କ ରେଖାର ଗୋଟିଏ ଶିରା ଅନ୍ୟ ଶିରା ସହିତ ଯୋଡ଼ି ହୋଇ ରହିଥାନ୍ତି। ହସ୍ତରେଖା ବିଜ୍ଞାନୀଙ୍କ ମତରେ,ଏପରି ଲୋକ ବହୁତ ଦୂରଦର୍ଶି ଏବଂ କ୍ରୋଧିତ ସ୍ୱଭାବର ହୋଇଥାନ୍ତି।


ଏହି ବର୍ଗର ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ଭଲ ରହିଥାଏ । କିନ୍ତୁ ବେଳେବେଳେ ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି।
କିଛି ଲୋକଙ୍କ ମସ୍ତିଷ୍କ ରେଖା ହାତର ମଝିଭାଗରେ ହିଁ ଶେଷ ହୋଇଯାଇଥାଏ। ଏପରି ରେଖା ଥିଲେ, ଶୁଭ ବୋଲି କୁହାଯାଇଥାଏ। କୁହାଯାଏ, ଏପରି ଲୋକ ସେମାନଙ୍କ ଜୀବନରେ ସଫଳତା ପାଇବା ସହିତ ଉଚ୍ଚପଦ ହାସଲ କରିଥାନ୍ତି।
ସେହିପରି କିଛି ଲୋକଙ୍କ ମସ୍ତିଷ୍କ ରେଖାର ଗୋଟିଏ ଶିରା ଜୀବନରେଖାଠାରୁ ଦୂରକୁ ଚାଲି ଯାଇଥାଏ। ଏପରି ଲୋକମାନେ ଧନବାନ୍‌ ହେବା ସହିତ ଏମାନଙ୍କର ଆତ୍ମବିଶ୍ୱାସ ମଜଭୁତ୍‌ ହୋଇଥାଏ।
ସେହିପରି କିଛି ଲୋକଙ୍କ ମସ୍ତିଷ୍କରେଖା ବଡ଼ ହୋଇଥାଏ। ହସ୍ତରେଖା ବିଜ୍ଞାନୀଙ୍କ ମତରେ ଏପରି ବ୍ୟକ୍ତି ତାଙ୍କ ଜୀବନରେ ଅଧିକ ଯ।ତ୍ରା କରିଥାନ୍ତି। ଏମାନଙ୍କର ଅନେକ ସାଙ୍ଗ ରହିଥିବା ସତ୍ତ୍ୱେ, ଗୋଟିଏ ସ୍ଥାନରେ ଜଣଙ୍କ ପାଖରେ ମନ ଲାଗିନଥାଏ।
କିଛି ଲୋକଙ୍କର ମସ୍ତିଷ୍କ ରେଖା ହୃଦୟ ରେଖାର ଅତି ନିକଟରେ ରହିଥାଏ। ହସ୍ତରେଖା ବିଜ୍ଞାନୀଙ୍କ ମତରେ, ଏପରି ବ୍ୟକ୍ତି ନିର୍ଦ୍ଦୟୀ ସ୍ୱଭାବର ହୋଇଥାନ୍ତି।

ଖବର କାଗଜ ପୃଷ୍ଠାର ତଳେ ଛପିଥିବା ରଙ୍ଗୀନ ବିନ୍ଦୁର ଅର୍ଥ କ`ଣ ? ଜାଣନ୍ତୁ l


ସମସ୍ତେ ଖବରକାଗଜ ଓ ମ୍ୟଗାଜିନ୍ ପଢି଼ବା ପାଇଁ ପସନ୍ଦ କରନ୍ତି । କିନ୍ତୁ ଖବରକାଗଜ ପୃଷ୍ଠାର ତଳେ ଛପିଥିବା ୪ ରଙ୍ଗୀନ ବିନ୍ଦୁକୁ ଦେଖି କ’ଣ ଆପଣଙ୍କ ମନରେ କେବେ ପ୍ରଶ୍ନ ଉଠିନି । ଆପଣ କେବେ ଚିନ୍ତା କରିଛନ୍ତି ଏହି ବିନ୍ଦୁଗୁଡ଼ିକ କ’ଣ ସୂଚାଏ । କିମ୍ବା ଏହି ବିନ୍ଦୁ ଗୁଡ଼ିକର ଅର୍ଥ କ’ଣ । ତେବେ ଏହାର ଉତ୍ତର ବହୁତ ସହଜ । ଆସନ୍ତୁ ଜାଣିବା ଏହି ବିନ୍ଦୁ ଗୁଡ଼ିକ ଖବରକାଗଜର ତଳେ କାହଁକି ଛପାଯାଇଥାଏ ? ପିଲାଦିନେ ଆପଣ ମୁଖ୍ୟତଃ ୩ଟି ରଙ୍ଗ ବ୍ୟବହାର କରିଥିବେ । ହଳଦିଆ, ଲାଲ ଓ ନୀଳ । ପେଟିଂ ଦୁନିିଆରେ ସବୁ ପ୍ରକାର ରଙ୍ଗ ତିଆରି କରିବା ପାଇଁ ଏହି ମୁଖ୍ୟ ତିନି ରଙ୍ଗର ବ୍ୟବହାର ହୁଏ । କିନ୍ତୁ ପ୍ରିଣ୍ଟି କଥା ଟିକିଏ ଅଲଗା । ପ୍ରିଣ୍ଟିଂ ପାଇଁ ମୁଖ୍ୟତଃ ୪ ପ୍ରକାର ରଙ୍ଗ ବ୍ୟବହାର କରାଯାଲ । ଅଫିସରୁ ଆରମ୍ଭ କରି ଭିଜିଟିଙ୍ଗ କାର୍ଡ଼, ଫ୍ଲେକ୍ସ ନମ୍ବର, ଓ ସମସ୍ତ ଅଫିସିଆଲ ଚିଠିପତ୍ର ୪ଟି ରଙ୍ଗରେ ଛପାଯାଏ । ଏଥିପାଇଁ ଏହାକୁ CMYKରେ ନାମରେ ସମସ୍ତେ ଜାଣନ୍ତି । CMYKର ପୁରାନାମ ହେଲା Cyan, Magenta, Yellow and key (black) ।


ଘରେ ହେଉ କିମ୍ବା ଅଫିସରେ ବ୍ୟବହାର ହେଉଥିବା ଇନଜେକ୍ଟ ପ୍ରିଣ୍ଟର, ଲେଜର ପ୍ରିଂଟର ଠାରୁ ଆରମ୍ଭ କରି ଅପସେଟ୍ ପ୍ରିଟିଂ ପାଇଁ ଏହି ଚାରି ରଙ୍ଗର ବ୍ୟବହାର କରାଯାଏ । ଯଦି କଳା ରଙ୍ଗର ବ୍ୟବହାର କରିବାର ଅଛି ତେବେ K ରଙ୍ଗ ବ୍ୟବହାର କରାଯିବ । ଅନ୍ୟପଟେ କଲର ପ୍ରିଣ୍ଟିଂ ପାଇଁ CMY+K ରଙ୍ଗ ବ୍ୟବହାର କରି ଅଧିକ ଉଚ୍ଚତର ପ୍ରିଣ୍ଟିଂ କରିହେବ । ଖବର କାଗଜ ଛପାଇବାରେ ପ୍ରତିଦନ CMYର ଭିନ୍ନ ଭିନ୍ନ ଅନେକ ଲିଟର କାଳୀ ଖର୍ଚ୍ଚ ହୁଏ ।


ଖବର କାଗଜରେ ଛପା ହୋଇଥିବା ୪ ପ୍ରକାର ରଙ୍ଗର ବିନ୍ଦୁ ଯଦି କ୍ରମରେ ଥାଏ ଆଉ ରଙ୍ଗର ଗାଢ଼ାପଣ ଯଦି ଠିକ୍ ଅଛି ତେବେ ଜାଣି ନିଅନ୍ତୁ ଉକ୍ତ ପୃଷ୍ଠାର ରଙ୍ଗ ବିଲକୁଲ ସଠିକ ଅଛି । ଯଦି ଚାରୋଟି ରଙ୍ଗରେ କୌଣସି ବି ରଙ୍ଗ ଏପଟ ସେପଟ ହୋଇଯିବ, ଅର୍ଥ କୌଣସି ବିନ୍ଦୁ ଅନ୍ୟ ବିନ୍ଦୁ ଉପରେ ଚଢ଼ିଗଲେ ଜାଣିବେ ପୃଷ୍ଠାରେ ଛିପିଥିବା ଫଟୋର ରଙ୍ଗ ଏତେ ଭଲ ନୁହେଁ । ଏହି କ୍ରମରେ ହିଁ ଖବରକାଗଜରେ ଦେଇଥିବା ରଙ୍ଗୀନ ବିନ୍ଦୁର ବ୍ୟବହାର କରାଯାଏ । ଖବରକାଗଜରେ ଦେଇଥିବା ରଙ୍ଗ ବିଷୟରେ ତ ଆପଣ ଜାଣିଗଲେ, ଏବେ ଆସନ୍ତୁ ଟେଲିଭିଜନ ଦୁନିଆର ରଙ୍ଗ ବିଷୟରେ ଜାଣିବା । ଟିଭି, କିମ୍ପ୍ୟୁଟର , ମୋବାଇଲ ଏସବୁ କଲର ଡିସେପ୍ଲକୁ ରଙ୍ଗୀନ କରିବା ପାଇଁ ଲକ୍ଷ ଲକ୍ଷ ରଙ୍ଗ ବ୍ୟବହାର କରାଯାଏ । କିନ୍ତୁ ମାତ୍ର ୩ଟି ମୁଖ୍ୟ ରଙ୍ଗ ହିଁ ଟିଭିକୁ ରଙ୍ଗୀନ କରେ । ଏହି ତିନ ରଙ୍ଗ ହେଲା RGB ତଥା ଲାଲ, ସବୁଜ ଓ ନୀଳ । ଏହି ତିନୋଟି ରଙ୍ଗର ଅଲଗା ଅଲଗା ସେଡ଼୍ ମିଶି ଇଲୋକ୍ଟ୍ରୋନିକ୍ସ ଓ ଡିଜିଟାଲ ଯନ୍ତ୍ରରେ ୧୬ ମିଲିୟନ୍ ରଙ୍ଗ ଭରିଦିଅନ୍ତି ।

ପେଟ ବଢ଼ିବା ପାଇଁ ଏହି ସବୁ ଖରାପ ଅଭ୍ଯାସ ଦାୟୀ l



ଖାଦ୍ୟ ଖାଇଲା ପରେ ପେଟ ବାହାରେ ଏବଂ ଖାଦ୍ୟ ହଜମ ହେବା ପରେ ପେଟ ପୁଣି ପୂର୍ବ ଅବସ୍ଥାକୁ ଫେରିଆସେ। କିନ୍ତୁ ଅନେକ ଲୋକଙ୍କ ଧିରେ ଧୀରେ ପେଟ ବଢିଥାଏ। ଆଜି ଜାଣିବା କେଉଁ ସବୁ ବିଶେଷ ଖରାପ ଅଭ୍ୟାସ ପାଇଁ ପେଟ ବଢିଥାଏ?

୧.କୌଣସି ଜିନିଷ ଖାଇବା ପୂର୍ବରୁ ଏହାକୁ ଭଲ ଭାବରେ ଚୋବାଇ ଖାଇବା ନିହାତି ଆବଶ୍ୟକ । ଖାଇବାକୁ ଅତି କମରେ ୩୦ ଥର ଚୋବାଇବା ପରେ ଗିଳିବା ଦରକାର ବୋଲି କୁହାଯାଇଥାଏ । କିନ୍ତୁ କାର୍ଯ୍ୟବ୍ୟସ୍ତତା ହେତୁ ସମୟ ଅଭାବ ଥିବାରୁ ଲୋକମାନେ ଖାଇବାକୁ ଠିକ୍‌ ଭାବରେ ନ ଚୋବାଇ ଗିଳି ଦେଇଥାନ୍ତି । ଯାହାଦ୍ୱାରା ପେଟ ବଢ଼ିବା ସମସ୍ୟା ଦେଖାଯାଇଥାଏ ।
୨.ଶରୀରରେ ସବୁବେଳେ ଜଳୀୟଅଂଶ ଠିକ୍‌ ଭାବରେ ରହିବା ଦରକାର । ଖାଇବା ପରେ ସଠିକ୍‌ ପରିମାଣରେ ପାଣି ପିଇବା ଦ୍ୱାରା ପେଟ ସଫା ରହିବା ସହ ଚର୍ବି ବଢ଼ି ନଥାଏ ।

୩. କିଛି ଲୋକ ଭାବନ୍ତି କୌଣସି ଜିନିଷକୁ ନେଇ ଚିନ୍ତା କଲେ ତାହାର ପ୍ରଭାବ କେବଳ ମୁଣ୍ଡ ଉପରେ ପଡ଼ିଥାଏ । କିନ୍ତୁ ଅଧିକ ସମୟ ପର୍ଯ୍ୟନ୍ତ ଚିନ୍ତାଗ୍ରସ୍ତ ରହିବା ଦ୍ୱାରା ପେଟ ବଢ଼ିବା ସମସ୍ୟା ମଧ୍ୟ ଦେଖାଯାଇଥାଏ । ଚିନ୍ତାଗ୍ରସ୍ତ ରହିବା ଦ୍ୱାରା ଖାଇଥିବା ଖାଦ୍ୟ ଠିକ୍‌ ଭାବରେ ହଜମ ହୋଇ ନଥାଏ, ଯାହାର କୁପ୍ରଭାବ ପେଟ ଉପରେ ପଡ଼ିଥାଏ ।
୪.ରାତିରେ ବିଳମ୍ବରେ ଖାଇବା ମଧ୍ୟ ପେଟ ବଢ଼ିବା ସମସ୍ୟାର ଆଉ ଏକ କାରଣ । ବିଳମ୍ବରେ ଖାଇ ଶୋଇବାକୁ ଯିବା ଦ୍ୱାରା ଖାଦ୍ୟ ହଜମ ହୋଇ ନଥାଏ । ସେଥି ପାଇଁ ଶୋଇବାକୁ ଯିବାର ଘଣ୍ଟାଏ ପୂର୍ବରୁ ରାତି ଖାଦ୍ୟ ଖାଇବା ଦରକାର । ଖାସ୍‌ କରି ସୂର୍ଯ୍ୟାସ୍ତ ହେବାର କିଛି ସମୟ ପରେ ପରେ ହିଁ ରାତି ଖାଦ୍ୟ ଖାଇନେବା ଦରକାର ।

Friday, November 23, 2018

ଅଧକପାଳି ସମସ୍ୟାର ସମାଧାନ ଚାହୁଁଥିଲେ ଆପଣାନ୍ତୁ ଏହି ଉପାୟ ! ମୁଣ୍ଡବ୍ୟଥାରୁ ପାଇବେ ନିସ୍ତାର ।


ଅନେକ ଲୋକଙ୍କ ଠାରେ ଅଧକପାଳି ସମସ୍ୟା ଦେଖାଦିଏ । ଯାହା ବହୁତ ଲମ୍ବା ସମୟ ଧରି ଚାଲେ । ଅଧକପାଳିର କୌଣସି ଚିକିତ୍ସା ନାହିଁ କିନ୍ତୁ ଏହାକୁ ନିୟନ୍ତ୍ରଣ କରାଯାଇପାରିବ । ଯାହାକୁ ଅଧକପାଳି ହୁଏ ତାଙ୍କୁ ବହୁତ ଜୋରରେ ମୁଣ୍ଡବ୍ୟଥା ହୁଏ, ଯାହା ବହୁତ ଅସହ୍ୟ । ତେବେ ଏହି ମୁଣ୍ଡବ୍ୟତା କେବଳ ଗୋଟିଏ ପଟେ ହୁଏ । ଏହି ରୋଗରେ ପୀଡ଼ିତ ରୋଗୀ ନା ଶାନ୍ତିରେ ଶୋଇ ପାରନ୍ତି ନା ବସି ପାରନ୍ତି । ତେବେ ଅଧକପାଳିି ହେବା ସମୟରେ କେଉଁ ଉପଚାର କରିବେ . . .


– ଅଧକପାଳିରେ ମୁଣ୍ଡର ଏକ ଶିର ବଡ଼ ହୋଇଯାଏ । ଅଧକପାଳି ହେଲେ ଆପଣ କିଛି ଘରୋଇ ଉପଚାର ଦ୍ୱାରା ଏଥିରୁ ରକ୍ଷା ପାଇ ପାରିବେ । ଆପଣ ଚାହିଁଲେ ପୁଦିନାର ଚା ପିଇ ମୁଣ୍ଡବ୍ୟଥା ଦୂର ହୋଇପାରିବ । ପୁଦିନା ଚା’ ଅଧକପାଳି ପାଇଁ ବହୁତ ଗୁଣକାରୀ ।

– ଏହା ବ୍ୟତୀତ ଅଧକପାଳି ପାଇଁ ମସାଲା ଚା’ ବହୁତ ଜରୁରୀ । ମସାଲା ଚା ପିଇଲେ ମସ୍ତିସ୍କ ଉତ୍ତେଜିତ ହୋଇଯାଏ । ତେବେ ମସାଲା ଚା’ ତିଆରି କରିବା ସମୟରେ ଏଥିିରେ ଅଦା, ଲବଙ୍ଗ ଓ ଅଳେଇଚ ମିଶାଇବା ପାଇଁ ଭୁଲନ୍ତୁ ନାହିଁ ।

– ନଡ଼ିଆ ତେଲରେ ୧୦-୧୫ ମିନିଟ୍ ମାଲିସ କରନ୍ତୁ । ଏପରି କରିବା ଦ୍ୱାରା ଅଧକପାଳିରୁ ରକ୍ଷା ମିଳିବ ।

– ରଶୁଣ ପେଶି ତା’ର ରସ ବାହାର କରନ୍ତୁ । ଆପଣଙ୍କୁ କମରୁ କମ୍ ଏକ ଚାମଚ ରଶୁଣ ରସ ବାହାର କରିବା ପାଇଁ ପଡ଼ିବ । ଏକ ଚାମଚ ରଶୁଣ ରସ ବାର କରି ଏହାକୁ ସେବନ କରନ୍ତୁ । ରଶୁଣ ଏକ ପ୍ରାକୃତିକ ପେନକିଲର , ଯାହା ଅଧକପାଳ ସମୟରେ ଭଲ ସାହାଯ୍ୟ କରେ ।

IPS ଅଫିସର ହେବା ପାଇଁ କଣ କରିବାକୁ ପଡିଥାଏ, କିପରି ହେବେ ଜାଣନ୍ତୁ?



IPS ଅଫିସର ହେବା ବୋଧେ ଅନେକ ଲୋକଙ୍କର ସ୍ୱପ୍ନ ଥାଏ। IPS ଅଫିସରମାନେ ସାଧାରଣ ଲୋକଙ୍କ ଆଦର୍ଶ ହୋଇଥାନ୍ତି। ସମସ୍ତେ ତାଙ୍କ ଭଳି ହେବା ପାଇଁ ଇଚ୍ଛା କରିଥାନ୍ତି। ଏହି ଚାକିରୀରେ ଭଲ ଦରମା ସାଙ୍ଗକୁ ବହୁତ ସମ୍ମାନ ମଧ୍ୟ ମିଳିଥାଏ। ତେବେ ଏହି ଚାକିରୀ ପାଇବାକୁ ଚାହୁଁଥିବା ଲୋକଙ୍କ ପାଇଁ ଆଜି ଆମେ ଏହା ସମ୍ବଧିତ କିଛି ତଥ୍ୟ ନେଇ ଆସିଛୁ। ଆଜି ଆମେ ଏହି ଚାକିରୀ କେମିତି ଓ କିପରି କରିପାରିବେ ତାହା କହିବୁ। ଆସନ୍ତୁ ଜାଣିବା।

-IPS ଅଫିସର ହେବା ପାଇଁ ହେଲେ ଅନେକ ପ୍ରକ୍ରିୟା ଦେଇ ଯିବାକୁ ପଡେ। UPSC ତରଫରୁ ଏହାପାଇଁ ପ୍ରତିବର୍ଷ ଗୋଟିଏ ପରୀକ୍ଷା କରାଯାଇଥାଏ। ପରୀକ୍ଷାରେ ଉତ୍ତୀର୍ଣ୍ଣ ପ୍ରାର୍ଥୀ IPS ହେବାର ପ୍ରାଥମିକ ସୋପାନ ପାର କରିଥାନ୍ତି। କିନ୍ତୁ କେବଳ ଏହି ପରୀକ୍ଷାକୁ ଉତ୍ତୀର୍ଣ୍ଣ କରିଲେ ଯେ, ଜଣେ ଏହି ଅଫିସର ହେଇପାରିବେ ତାହା ନୁହେଁ ଏଥିପାଇଁ ଅନେକ ସୋପାନ ଦେଇ ଯିବାକୁ ପଡ଼ିବ।
-ପ୍ରଥମେ ଇଚ୍ଛୁକଙ୍କୁ ଜଣେ ଗ୍ରାଜୁଏଟ ହେବାକୁ ପଡେ। ପ୍ରାର୍ଥୀଙ୍କ ବୟସ ୨୧ ରୁ ୩୦ ହେବା ଦରକାର। ସ୍ପେଶାଲ କୋଟା ପାଇଁ ୫ବର୍ଷ ଅଧିକ ରଖାଯାଇଛି। ସେହିପରି ପ୍ରାର୍ଥୀଙ୍କ ଉଚ୍ଚତା ୧୬୫ ସେମି ରହିଥାଏ ଏବଂ ସ୍ପେଶାଲରେ ଅତି କମରେ ୧୪୫ ସେମି ରଖା ଯାଇଛି।
-ଏଥିପାଇଁ ଚେଷ୍ଟ ବି ମାପ କରାଯାଏ। ଯଦି ପୁରୁଷଙ୍କର ଛାତି ୫୪ ଏବଂ ମହିଳାଙ୍କର ୭୯ ସେମି ନ ହୋଇଥାଏ ତେବେ ସେ ଯୋଗ୍ୟ ବିବେଚିତ ହୋଇନଥାନ୍ତି।

-ଏହି UPSC ପରୀକ୍ଷା ଦୁଇଟି ପର୍ଯ୍ୟାୟରେ ହୋଇଥାଏ ଗୋଟିଏ ପ୍ରିଲିମିନାରୀ ଏବଂ ଅନ୍ୟଟି ମେନ ପରୀକ୍ଷା। ପ୍ରିଲିମିନାରୀରେ ୨୦୦-୨୦୦ ମାର୍କର ପରୀକ୍ଷା ଦେବାକୁ ପଡେ। ସବୁ ପ୍ରଶ୍ନ ଅବଜେକ୍ଟିଭ ହୋଇଥାଏ। ଦୁଇ ଦୁଇ ଘଣ୍ଟା ମିଳେ ଏହାକୁ ଉତ୍ତର ଦେବା ପାଇଁ। ଅନେକ ଗୁଡିଏ ସାଧାରଣ ଜ୍ଞାନ ଏବଂ ପ୍ରାକ୍ଟିକାଲ ଜିନିଷ ବିଷୟରେ ଥିବା ପ୍ରାର୍ଥୀଙ୍କ ଧାରଣାକୁ ଏଥିରେ ମପାଯାଏ।
-ମେନ ପରୀକ୍ଷା ପୁଣି ଦୁଇଟି ପର୍ଯ୍ୟାୟରେ ହୋଇଥାଏ। ଗୋଟିଏ ଲିଖିତ ଏବଂ ଅନ୍ୟଟି ଇଣ୍ଟରଭିଉ। କିନ୍ତୁ ଏଥିପାଇଁ ପ୍ରଥମେ ପ୍ରିଲିମିନାରୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାକୁ ପଡିଥାଏ।

-ମେନ ପରୀକ୍ଷାର ପ୍ରଥମ ପର୍ଯ୍ୟାୟରେ ଯେଉଁ ପରୀକ୍ଷା ହୁଏ ତାହା ସମ୍ପୂର୍ଣ୍ଣ ସବ୍ଜେକ୍ଟିଭ ହୋଇଥାଏ। ଏଥିରେ ଇକୋନୋମିକ୍ସ ଠାରୁ ଆରମ୍ଭ କରି ଇଂଜିନିୟରିଂ ପର୍ଯ୍ୟନ୍ତ ସବୁ ପାଠ ରହିଥାଏ।
-ଏହାକୁ ପାସ କରିବା ପରେ ଜଣେ ବରିଷ୍ଠ ଅଧିକାରୀଙ୍କ ଦ୍ୱାରା ଇଣ୍ଟରଭିଉ ନିଆଯାଏ। ଯଦି ପ୍ରାର୍ଥୀ ଇଣ୍ଟରଭିଉରେ ଉତ୍ତୀର୍ଣ୍ଣ ହୋଇଯାଏ ତେବେ ସେ IPS ଅଫିସର ହୋଇଥାଏ। ଏହାପରେ କିଛି ଦିନର ଟ୍ରେନିଂ ଦିଆଯାଇ ଅଫିସରଙ୍କୁ ପ୍ରସ୍ତୁତ କରି ଭିନ୍ନ ଭିନ୍ନ ଜାଗାକୁ ପଠାଯାଏ।

ଘରେ ସୁଖ ଶାନ୍ତି ପାଇଁ କ’ଣ କହେ ବାସ୍ତୁ ଶାସ୍ତ୍ର, ପଢ଼ନ୍ତୁ l

ଯେତେ ରୋଜଗାର କଲେ ମଧ୍ୟ ଅଭାବ ରହୁଛି। ଘରେ ସୁଖ ଶାନ୍ତି ରହୁନି। ଏ ସମ୍ପର୍କରେ ବାସ୍ତୁ ନିୟମ କ’ଣ କୁହେ ଆସନ୍ତୁ ଜାଣିବା। ଘର ଏବଂ ଅଫିସ ସମ୍ମୁଖରେ କାଚ ଭରା ପାଣି ରଖନ୍ତୁ। ଯେଉଁଥିରେ ଆପଣ ସୁଗନ୍ଧଭରା ଫୁଲ ରଖିପାରିବେ।

ଯାହା ଫଳରେ ଘରର ସକରାତ୍ମକ ଶକ୍ତି ବୃଦ୍ଧି ପାଇବ। ଆଉ ଘରକୁ ସୁଖ ଶାନ୍ତି ଆସିଥାଏ। ଦ୍ୱିତୀୟ ଜିନିଷ ହେଉଛି ମାଳ। ବେଲ, ଅଶୋକ ଏବଂ ଆମ୍ବର ପତ୍ରର ମାଳ ତିଆରି କରନ୍ତୁ। ଏହାକୁ ଘର ଏବଂ ଅଫିସ ବାହାରେ ବାନ୍ଧନ୍ତୁ। ଏହା ଦ୍ୱାରା ଘରୁ ନକରାତ୍ମ ଶକ୍ତି ଦୂର ହୋଇଥାଏ। ପରିବାରର ଧନ ସମ୍ପତ୍ତି ମଧ୍ୟ ବୃଦ୍ଧି ହୋଇଥାଏ। ହେଲେ ମାଳ ଶୁଖିଗଲେ ଏହାକୁ ବଦଳାଇ ଦେବା ଉଚିତ୍‌। ତୃତୀୟ ଜିନିଷ ହେଛି ମା’ ଲକ୍ଷ୍ମୀଙ୍କ ପାଦ। ଘର ଏବଂ ଅଫିସ୍‌ ଦ୍ୱାରର ପ୍ରବେଶ ଦ୍ୱାରରେ ଲକ୍ଷ୍ମୀଙ୍କ ପାଦ ତିଆରି କରନ୍ତୁ।

ଏହା ଦ୍ୱାରା ସମୃଦ୍ଧି ଆସିଥାଏ। ଚତୁର୍ଥ ଜିନିଷ ହେଉଛି ଶୁଭ ଲାଭ। ଘର, ଅଫିସ କିମ୍ବା ଦୋକାନ ସମ୍ମୁଖରେ ଶୁଭ ଲାଭର ଚିତ୍ର ଆଙ୍କନ୍ତୁ । ଏହା ଦ୍ୱାରା ରୋଗ ଏବଂ ଶୋକ ଦୂର ହୋଇଥାଏ। ପଞ୍ଚମ ଜିନିଷ ହେଉଛି ସ୍ୱସ୍ତିକ୍‌। ପ୍ରବେଶ ଦ୍ୱାରରେ ସ୍ୱସ୍ତିକ ଚିତ୍ର ଆଙ୍କିଲେ ସୌଭାଗ୍ୟ ଏବଂ ସମୃଦ୍ଧି ବୃଦ୍ଧି ହୋଇଥାଏ।

ଷଷ୍ଠ ଜିନିଷ ହେଉଛି ଘରର ପ୍ରବେଶ ଦ୍ୱାରର ବଡ଼ କବାଟ। ନିଜର ମୁଖ୍ୟ ଦ୍ୱାର କବାଟକୁ ଅନ୍ୟ କୋଠରୀଠାରୁ ବଡ଼ ରଖନ୍ତୁ। ଯଦି ଆପଣ ଚାହୁଁଛନ୍ତି ଘରକୁ ଆର୍ଥିକ ଅନଟନ ମାଡ଼ି ନଆସୁ ତେବେ ଆପଣଙ୍କ ଘର ସମ୍ମୁଖରେ ସିନ୍ଦୁକର ଚିତ୍ର ଆଙ୍କିପାରିବେ। ମୁଖ୍ୟ ଦ୍ୱାରର ସାମ୍ନା ପଟେ ମନ୍ଦିର, ବୃକ୍ଷ, କୂଅ କିମ୍ବା ଖୁଣ୍ଟ ରହିବା ଉଚିତ ନୁହେଁ। ଏହାକୁ ବାସ୍ତୁ ବାଧା କୁହାଯାଏ। କାରଣ ଏହା ଦ୍ୱାରା ଲକ୍ଷ୍ମୀଙ୍କ ପ୍ରବେଶରେ ବାଧା ସୃଷ୍ଟି ହୁଏ।


ସୁସ୍ଥ ରହିବା ପାଇଁ ଖାଆନ୍ତୁ ଗହମ ଗଜା ।

ମୁଗ ଓ ବୁଟ ଗଜା ଭଳି ଗହମ ଗଜା ମଧ୍ୟ ଶରୀର ପାଇଁ ଖୁବ୍‌ ଉପକାରୀ। ଶରୀର ପାଇଁ ଗଜା ଗହମର ଉପକାରିତା ସମ୍ପର୍କରେ ଏବେ ବି ଗବେଷଣା ଜାରି ରହିଛି। ତେବେ ସ୍ୱାସ୍ଥ୍ୟ ବିଜ୍ଞାନ ଅନୁସାରେ, ଗହମ ଗଜା ନିୟମିତ ଖାଇବା ଦ୍ୱାରା ଶରୀରକୁ ଅନେକ ପ୍ରକାରର ଭିଟାମିନ୍‌ ମିଳିଥାଏ।

ଗହମ ଗଜାରେ ରହିଛି ଏହି ସବୁ ଗୁଣ

୧. ଗଜା ଗହମରେ ପ୍ରଚୂର ମାତ୍ରାରେ ଭିଟାମିନ୍‌ ଇ’ ରହିଥାଏ। ଏହା ଖାଇବା ଦ୍ୱାରା ମସ୍ତିଷ୍କ, ଲିଭର୍‌ ଓ ହୃତ୍‌ପିଣ୍ଡ ସୁସ୍ଥ ରହିଥାଏ। ଶରୀରରେ ନୂଆ ରକ୍ତକୋଷ ତିଆରି କରିବାରେ ଏହା ସାହାଯ୍ୟ କରିଥାଏ। ଗହମ ଯେତେବେଳେ ଗଜା ହୋଇଯାଏ, ସେଥିରେ ଭିଟାମିନ୍‌ ଇ’ର ପରିମାଣ ୩୦୦ପ୍ରତିଶତ ବୃଦ୍ଧି ପାଏ।

୨. ପ୍ରତିଦିନ ଗହମ ଗଜା ଖାଇବା ଦ୍ୱାରା କେଶ ଓ ତ୍ୱଚାର ଔଜଲ୍ୟ ବୃଦ୍ଧି ପାଏ। ହାଡ଼ ମଧ୍ୟ ସଶକ୍ତ ହୋଇଥାଏ।

୩. ଗହମ ଗଜା କିଡ୍‌ନୀକୁ ସୁସ୍ଥ ରଖିବା ସହ ଆମ ଶରୀରରେ ତିଆରି ହେଉଥିବା ବିଷାକ୍ତ ତତ୍ତ୍ୱକୁ ବାହାର କରି ରକ୍ତ ପରିଷ୍କାର କରିଥାଏ।

୪.ଏଥିରେ ଥିବା ଫାଇବର୍‌ ଶରୀରରେ ପାଚନଜନିତ ସମସ୍ୟାକୁ ଦୂର କରେ। ଏହା ଆସିଡିଟି ମଧ୍ୟ କମ୍‌ କରିଥାଏ।

୫. ଗଜା ବାହାରିଥିବା ଗହମରେ ଆଣ୍ଟି ଅକ୍ସିଡାଣ୍ଟ, ଭିଟାମିନ୍‌-ଏ’, ବି’ ଏବଂ ସି’ ରହିଥାଏ। ଏହା ସହ ଏଥିରେ କ୍ୟାଲସିୟମ୍‌, ଫସ୍‌ଫରସ୍‌, ମ୍ୟାଗ୍ନେସିୟମ୍‌, ଆଇରନ୍‌ ଓ ଜିଙ୍କ୍‌ ମଧ୍ୟ ଥାଏ। ଗଜା ହେବା ପରେ ଗହମରେ ଥିବା ଭିଟାମିନ୍‌ ସି’ର ପରିମାଣ ୬୦୦ ପ୍ରତିଶତ ଓ ଭିଟାମିନ୍‌ ବି’ ୧୦୦୦ ପ୍ରତିଶତ ବୃଦ୍ଧି ପାଇଥାଏ।

୬.ଏହା ଆମ ଶରୀରର ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି କରେ। ଆପଣ ଯଦି ଅଳ୍ପ କାମରେ ହାଲିଆ ହୋଇଯାଉଛନ୍ତି, ତେବେ ପ୍ରତିଦିନ ହାଲକା ବ୍ୟାୟାମ କରିବା ସହ ଗଜା ଗହମ ଖାଆନ୍ତୁ। ଦେଖିବେ, ଖୁବ୍‌ କମ୍‌ ଦିନ ମଧ୍ୟରେ ଆପଣଙ୍କୁ ସୁଫଳ ମିଳିବ।

କିପରି କରିବେ ଗହମ ଗଜା:

ଗହମକୁ ଗଜା କରିବା ପାଇଁ ଦୁଇରୁ ତିନି ଦିନ ସମୟ ଲାଗିବ। ବଜାରରୁ ଗହମ କିଣିବା ପରେ ଏହାକୁ ରାତିସାରା ୮ରୁ୧୦ ଘଣ୍ଟା ପର୍ଯ୍ୟନ୍ତ ପାଣିରେ ଭିଜାଇ ଦିଅନ୍ତୁ। ପରେ ଏହାକୁ ଛାଣି କପଡ଼ାରେ ବାନ୍ଧି ରଖନ୍ତୁ।
୮ରୁ ୧୦ ଘଣ୍ଟା ପରେ ତାକୁ ଆଉ ଥରେ ଧୋଇ ଦେଇ ପୁଣି କପଡ଼ାରେ ବାନ୍ଧି ରଖନ୍ତୁ। ଦିନକୁ ଦୁଇଥର, ଏହିପରି ଦୁଇ ଦିନ ଯାଏ ଗହମକୁ ଧୋଇ ପୁଣି କପଡ଼ାରେ ବାନ୍ଧି ରଖନ୍ତୁ।
ମନେ ରଖନ୍ତୁ, ଗହମ ରଖୁଥିବା କପଡ଼ାକୁ ଢିଲା କରି ବାନ୍ଧିବେ, ଯେମିତି ବାୟୁ ଚଳାଚଳ ହୋଇପାରୁଥିବ। ଏହାକୁ ସୂର୍ଯ୍ୟାଲୋକରୁ ଦୂରେଇ ରଖିବେ। ଧୀରେ ଧୀରେ ଗହମ ଗଜା ହେବାକୁ ଲାଗିବ। ଅଧ ଇଞ୍ଚ ପର୍ଯ୍ୟନ୍ତ ଗହମରୁ ଗଜା ବାହାରିଲେ, ଏହାକୁ ଖାଇପାରିବେ।

Tuesday, November 20, 2018

ପିଜୁଳି ଦେହ ପାଇଁ ଭଲ ଜାଣନ୍ତୁ କିପରି ?

      

ଆମ ସମସ୍ତଙ୍କୁ ଜଣା ଯେ ପିଜୁଳି ଦେହପାଇଁ ଭଲ। ତେବେ ଆପଣ କ’ଣ ଜାଣନ୍ତି କି ଯେ ପିଜୁଳି ଖାଇଲେ ଭଲ ନିଦ ହେବ।
ଖାଦ୍ୟ ବିଶେଷଜ୍ଞଙ୍କ ମତ ଅନୁଯାୟୀ ପିଜୁଳି ହେଉଛି ଭିଟାମିନ୍‌ ଓ ମିନେରାଲସ୍‌ ର ଶକ୍ତି କେନ୍ଦ୍ର। କୁହାଯାଏ ଯେ ଶହେ ଗ୍ରାମ୍‌ ପିଜୁଳିରେ ଯେତିକି ପରିମାଣରେ ଭିଟାମିନ୍‌ ଓ ମିନେରାଲସ ଅଛି, ତାହା ଶରୀରର ଆବଶ୍ୟକତା ପୂରଣ କରିପାରେ। ଏଥିରେ ଭିଟାମିନ୍‌ ବି-୯ ମଧ୍ୟ ରହିଛି, ଯାହା ଶରୀରର କୋଷ ଓ ଡି.ଏନ୍‌ଏ ର ଓଜନ ହ୍ରାସ କରିବାକୁ ଦରକାର।
ପିଜୁଳିରେ ଅଧିକ ମାତ୍ରାରେ ଫାଇବର୍‌ ଥିବା ହେତୁ ତାହା ସେବନ କରିଲେ କୋଷ୍ଠକାଠିନ୍ୟତା ଦୂର ହୋଇଥାଏ। ପିଜୁଳିରେ ପଟାସିଅମ୍‌ର ମାତ୍ରା ବି ଅଧିକ। ଯେଉଁମାନେ ନିୟମିତ ପିଜୁଳି ଖାଆନ୍ତି, ସେମାନେ କାମ କରିବାବେଳେ ସହଜରେ ଥକି ପଡ଼ନ୍ତି ନାହିଁ। ଏଥିରେ ପ୍ରଚୁର ଆଣ୍ଟି ଅକ୍ସିଡେଣ୍ଟର ତତ୍ତ୍ୱ ଥିବା ହେତୁ ତାହା ରୋଗ ପ୍ରତିରୋଧକ କ୍ଷମତାରେ ମଧ୍ୟ ଭରପୁର। ନିୟମିତଭାବେ ପିଜୁଳି ଖାଇଲେ ଥଣ୍ଡା, କାଶ ହୁଏ ନାହିଁ।


ତ୍ୱଚା ପାଇଁ ପିଜୁଳି ବେଶ୍‌ ଉପକାରୀ, କାରଣ ଏଥିରେ ପ୍ରଚୁର ମାତ୍ରାରେ ଭିଟାମିନ୍‌ ସି ଓ ଆଇରନ୍‌ ଥାଏ। ପ୍ରତିଦିନ ପିଜୁଳି ଖାଇଲେ ରକ୍ତଚାପ ନିୟନ୍ତ୍ରଣରେ ରହିଥାଏ। ତା’ଛଡା କୋଲେଷ୍ଟ୍ରଲର ସ୍ତର ମଧ୍ୟ ନିୟନ୍ତ୍ରିତ ହୋଇ ରହେ।

ନିମ ପତ୍ର ଖାଇବା ଦ୍ବାରା କ'ଣ ଲାଭ ମିଳିଥାଏ?

ନିମର ସ୍ୱାଦ ପିତା ହୋଇଥାଏ। ଆମେ ଆଗରୁ ଜାଣିଛେ ପିତା ଆମ ଶରୀର ପାଇଁ ଖୁବ ଲାଭଦାୟକ ହୋଇଥାଏ। ନିମକୁ ଏକ ଔଷଧ ରୂପେ ମଧ୍ୟ ବ୍ୟବହାର କରାଯାଏ। ଅନେକ ରୋଗ ଯଥା ହାଡ଼ପୁଟି, ବସନ୍ତ ଆଦିର ଉପଚାର ପାଇଁ ଲୋକେ ଏହାର ପତ୍ରକୁ ବ୍ୟବହାର କରିଥାନ୍ତି। ଏହାର ଆହୁରି ମଧ୍ୟ ଅନେକ ଉପଯୋଗୀତା ରହିଛି ଯାହା ଆଜି ଆମେ ଆପଣଙ୍କୁ କହିବୁ। ପ୍ରତିଦିନ ସକାଳୁ ଖାଲି ପେଟରେ ନିମ ପତ୍ର ଖାଇବା ଦ୍ୱାରା କଣ ହୋଇଥାଏ ଆସନ୍ତୁ ଜାଣିବା।















ନିମ ଏକ ବିଶେଷ ବୃକ୍ଷ। ଏହାର ପତ୍ରରେ ଅନେକ ପୋଷକ ତତ୍ତ୍ୱ ରହିଛି ଯାହା ଆମ ଶରୀର ପାଇଁ ଖୁବ ଉପକାରୀ ହୋଇଥାଏ। ଏହାକୁ ଯଦି ଆପଣ ସକାଳେ ଖାଲି ପେଟରେ ଦୁଇଟି ଖାଇବେ ତାହାଲେ ଅନେକ ଗୁଡିଏ ରୋଗରୁ ଆପଣ ମୁକ୍ତି ପାଇପାରିବେ। ତାହାର ଉପକରିତା ଗୁଡିକ ହେଲା

୧- ନିମ ପତ୍ର ପିତା ହୋଇଥିବାରୁ ଏହା ଆମ ଶରୀରର ବ୍ଲଡ଼ ସୁଗାରକୁ ନିୟନ୍ତ୍ରଣରେ ରଖିଥାଏ ଯାହା ଫଳରେ ଡାଇବେଟିସ ହେବାର ସମ୍ଭାବନା କମିଯାଇଥାଏ।
୨- ନିମ ପତ୍ରରେ ରହିଥିବା ବିଶେଷ ତତ୍ତ୍ୱ ଆମ ପେଟକୁ ସଫା ରଖିଥାଏ ଏବଂ କୋଷ୍ଠକାଠିନ୍ୟ ସମସ୍ୟାରୁ ଆମକୁ ସମ୍ପୂର୍ଣ୍ଣ ଦୁରେଇ ରଖିଥାଏ।
୩-ଏହାକୁ ଖାଇବା ଦ୍ୱାରା ରକ୍ତରେ କୋଲେଷ୍ଟ୍ରୋଲ ଲେବେଲ ଠିକ ରହିଥାଏ।
୪- କୃମି ଆଦି ସମସ୍ୟା ନିମ ପତ୍ରର ନିୟମିତ ସେବନ ଦ୍ୱାରା କମ କରିହୁଏ।
୫- ବିଭିନ୍ନ ପ୍ରକାରର ଆଲର୍ଜିଠାରୁ ଏହା ଆମକୁ ଦୁରେଇ ରଖିଥାଏ। ଯଥା ଚର୍ମ ଏବଂ ଆଖିରେ ଦେଖାଦେଉଥିବା ଆଲର୍ଜି ଏହାଦ୍ୱାରା କମିଥାଏ।
୬- ଆୟୁର୍ବେଦ ଅନୁସାରେ ଏହାକୁ ଖାଇବା ଦ୍ୱାରା କିଡନୀ ରୋଗରୁ ମୁକ୍ତି ମିଳେ। କିଡନୀର ଅନେକ ଗୁଡିଏ ସମସ୍ୟା ଏହାଦ୍ୱାରା ଭଲ ହୋଇଥାଏ।

ତେବେ ପ୍ରତିଦିନ ସକାଳୁ ଖାଲି ପେଟରେ ନିମ ପତ୍ର ଖାଇବା ଦ୍ୱାରା ଉପରୋକ୍ତ ଏହିସବୁ ଫାଇଦା ଆମକୁ ମିଳିଥାଏ।

ପ୍ରାର୍ଥନା କିଭଳି କରିବା ଉଚିତ୍ ? ନିହାତି ଜାଣନ୍ତୁ !

୧.ବ୍ରହ୍ମମୁହଉଁ ଅର୍ଥାତ୍ ୪.୩୦ରୁ ୫. ୪୦ ମଧ୍ୟରେ ପ୍ରାର୍ଥନା କରିବ.
୨.ସୁଖ ଆସନରେ ବସିବ.
୩.ମନକୁ ଦୁଇ ଭୁଲତାର ମଧ୍ୟ ସ୍ଥଳରେ ରଖି ଧାନ କରିବ.

୪.ତିନିଥର ଓଁ ମନ୍ତ୍ର ଉଚ୍ଚାରଣ କରି ପ୍ରାର୍ଥନା ଆରମ୍ଭ କରିବ.
୫.ସଂସାରକୁ ଭାବରେ ଭୁଲିଯିବ.
୬.ନିଜେ ଏବଂ ନିଜ ଇଷ୍ଟ ଦେବତାଙ୍କ ମଧ୍ୟରେ ସମ୍ବନ୍ଧ ସ୍ଥାପନ କରିବ.
୭.ଗୁରୁ ବନ୍ଦନା ପ୍ରଥମେ କରିବ, ଗୁରୁଙ୍କୁ ପ୍ରଣାମ କରିବ.
୮.ଜପ କଲା ସମୟରେ ପାଟି ଖୋଲିବ ନାହିଁ କି ଓଠ ଥରିବ ନାହିଁ.
୯.ସ୍ତୁତି ଗାନ କଲା ସମୟରେ ନିଜକୁ ପ୍ରଭୁଙ୍କ ଶ୍ରୀଚରଣରେ ହଜାଇ ଦେବ.
୧୦.ଆଖି ବନ୍ଦକରି ହାତଯୋଡ଼ି ସ୍ତୁତିଗାନ କରିବ.
୧୧.କୌଣସି କାମନା ମନରେ ରଖି, ପ୍ରାର୍ଥନା କରିବ ନାହିଁ.

Monday, November 19, 2018

Odia alphabet


Odia alphabet

Vowels and vowel diacritics with k

Odia vowels and vowel diacritics

Consonants

Odia consonants

Some conjunct consonants

Some Odia conjunct consonants

କେଉଁ ସମୟରେ ପୂଜାର୍ଚ୍ଚନା କରିବା ଭଲ ଜାଣନ୍ତୁ କାରଣ ।

ଇଶ୍ୱରଙ୍କ ଆରାଧନା ଓ ପୂଜା ପାଠ ପାଇଁ ସବୁଠାରୁ ଭଲ ସମୟ ହେଲା ବ୍ରହ୍ମ ମହୂର୍ତ୍ତ। ଯେତେ ସକାଳୁ ଉଠି ଆପଣ ପୂଜା କରିବେ,ଆପଣ ସେତେ ଶାନ୍ତି ପାଇବେ । ପ୍ରାତଃ କାଳ ପୂଜ...